ଆସନ୍ତା କାଲି ଓଡ଼ିଶା ଆସିବେ ରାଜନାଥ: ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ବିଜେପିର ଜନସମାବେଶ

ଭୁବନେଶ୍ୱର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା କାଲି ୨୨ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ସିଂହ ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବେ । ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ । ଏଥିଲାଗି ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଜନସମାବେଶ ଆୟୋଜନ କରାଯାଇଛି।
ବ୍ରହ୍ମପୁର ସଭାରେ ରାଜନାଥଙ୍କ ଉପସ୍ଥିତିରେ ନୂଆ ସଦସ୍ୟଙ୍କ ଯୋଗଦାନ ବିଷୟ ନେଇ ଚର୍ଚ୍ଚା ହେଉଛି। ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହି ଅବସରରେ ପଦ୍ମ ଧରିବା ନେଇ ଚର୍ଚ୍ଚା ହେଉଛି। ତେବେ ପ୍ରଦୀପ ଏ ବାବଦରେ କିଛି ସ୍ପଷ୍ଟ କରି ନାହାନ୍ତି ।
ସେହିପରି ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଜଗନ୍ନାଥଙ୍କୁ ଦର୍ଶନ କରି ଚଣ୍ଡିଖୋଲ ଜନସାଧାରଣ ସଭାରେ ଭାଷଣ ଦେବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ସେ ପୁରୀଠାରେ ଏକ ରୋଡ୍‍ ଶୋ’ରେ ଯୋଗ ଦେଇପାରନ୍ତି। ନିର୍ବାଚନ ଆଗକୁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ଆଗକୁ ନିର୍ବାଚନ ସମୀକରଣକୁ ଚିତ୍ରଣ କରିବ। କାରଣ ବିଗତ ଲୋକସଭା ନିର୍ବାଚନରେ ଅଳ୍ପ କିଛି ଭୋଟ ବ୍ୟବଧାନରେ ବିଜେପି ପ୍ରର୍ଥୀ ସମ୍ବିତ ପାତ୍ର ୧୨ ହଜାରରୁ କମ୍‍ ଭୋଟ୍‍ରେ ପରାସ୍ତ ହୋଇଥିଲେ।

Leave a Reply

Your email address will not be published.