ପରିମଲ୍ ତ୍ରିପାଠୀ ଭୂମିକାରେ ରାଜକୁମାର
ଏବେ ରିମେକର ଜମାନା । ଏହି ଧାରାରେ ପୁଣିଥରେ ଆଉ ଏକ ସୁପରହିଟ୍ ଫିଲ୍ମର ରିମେକ୍ ପ୍ରସ୍ତୁତ ହେବାକୁ ଯାଉଛି । ୧୯୭୫ରେ ରିଲିଜ୍ ହୋଇଥିବା ସୁପରହିଟ୍ କମେଡ଼ି ଫିଲ୍ମ ‘ଚୁପକେ ଚୁପକେ’ର ରିମେକ୍ ପ୍ରସ୍ତୁତ କରିବାର ଦାୟିତ୍ୱ ନେଇଛନ୍ତି ଲଭ୍ ରଞ୍ଜନ । ‘ଚୁପକେ ଚୁପକେ’ରେ ବି ଟାଉନର ହିମ୍ୟାନ୍ ଧର୍ମେନ୍ଦ୍ରଙ୍କ ଡ. ପରିମଲ୍ ତ୍ରିପାଠୀ ଭୂମିକାରେ ଅଭିନୟ କରି ଅଗଣିତ ଦର୍ଶକଙ୍କ ହୃଦୟ ଜିଣି ନେଇଥିଲେ । ଏବେ ‘ଚୁପକେ ଚୁପକେ’ର ରିମେକରେ ପରିମଲ୍ ଭୂମିକା ପାଇଁ ରାଜକୁମାର ରାଓଙ୍କୁ ସାଇନ୍ କରାଯାଇଛି । ‘ମେଡ୍ ଇନ୍ ଚାଇନା’ର ପ୍ରମୋସନ୍ ସମୟରେ ଏହି ଖବରକୁ କନଫର୍ମ କରିଥିଲେ ।
ଏ ସମ୍ପର୍କରେ ସେ କହିଛନ୍ତି ଯେ – ଧର୍ମେନ୍ଦ୍ରଙ୍କ ଭୂମିକାରେ ପରଦା ଉପରକୁ ଆସିବା ଏବଂ ତାଙ୍କ ଭଳି ଦକ୍ଷ ଅଭିନୟ କରିବା ଏକ ବଡ଼ ପରୀକ୍ଷା ଭଳି । ଦିବଂଗତ ହାସ୍ୟ ଅଭିନେତା ଓମପ୍ରକାଶଙ୍କ ଭୂମିକାରେ ପରେଶ୍ ରାୱଲ୍ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମର ଟାଇଟେଲ୍ ଜଣାପଡ଼ିନାହିଁ । ଫିଲ୍ମର ଅନ୍ୟ ମୁଖ୍ୟ ଭୂମିକା ଅମିତାଭ, ଶର୍ମିଳା ଟାଗୋର୍ ଓ ଜୟା ବଚ୍ଚନଙ୍କ ସ୍ଥାନରେ କେଉଁ ତାରକାଙ୍କୁ ସାଇନ୍ କରାଯିବ, ତାହା ମଧ୍ୟ ସ୍ଥିର ହୋଇନାହିଁ । ‘ଚୁପକେ ଚୁପକେ’ର ରିମେକ୍ ପାଇଁ ରାଜକୁମାର ୯ କୋଟି ଟଙ୍କା ଫି’ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।