ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀଙ୍କୁ ପ୍ୟାରୋଲ୍‌

ଭୁବନେଶ୍ଵର, (ଓଟି): ଦୀର୍ଘ ୨୮ ବର୍ଷ ହେଲା ଜେଲ୍‌ ଭିତରେ ବନ୍ଦୀ ଜୀବନ ବିତାଉଥିବା ନଳିନୀଙ୍କୁ ସାମୟିକ ମୁକ୍ତି ମିଳିଛି। ମାଡ୍ରାସ ହାଇକୋର୍ଟ ତାଙ୍କ ପ୍ୟାରୋଲ୍‌ ଆବେଦନକୁ ମଞ୍ଜୁର କରି ତାଙ୍କୁ ୩୦ ଦିନିଆ ମୁକ୍ତି ଜୀବନ ପାଇଁ ଆଦେଶ ଦେଇଛନ୍ତି। ତେବେ ସେ ଏହି ସମୟରେ କୌଣସି ରାଜନୀତିକ ନେତାଙ୍କ ସହ କଥା ହେବେ ନାହିଁ କି ଗଣମାଧ୍ୟମକୁ ଇଣ୍ଟର୍‌ଭ୍ୟୁ ଦେବେ ନାହିଁ ବୋଲି ସର୍ତ୍ତ ରହିଛି।

ନଳିନୀ ହେଉଛନ୍ତି ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କ ଭିତରୁ ଜଣେ। ଭେଲୋରରେ ତାଙ୍କ ଘର। ଗଲା ୨୮ ବର୍ଷ ହେଲା ସେ ଏବଂ ତାଙ୍କ ସ୍ଵାମୀ ମୁରୁଗାନ୍‌ ଜେଲ୍‌ ଜୀବନ କାଟୁଛନ୍ତି। ଜେଲ୍‌ ଭିତରେ ତାଙ୍କର ଝିଅଟିଏ ଜନ୍ମ ହୋଇଥିଲା। ଏବଂ ଏବେ ସେ ଲଣ୍ଡନରେ ରହି ପଢ଼ୁଛି। ତାହାଙ୍କ ବାହାଘର ଠିକ୍‌ ହୋଇଥିବାରୁ ସେ ଛୁଟି ଆବେଦନ କରିଥିଲେ। ୬ ମାସର ଛୁଟି ଆବେଦନକୁ ଜଜ୍‌ ମାତ୍ର ୧ ମାସରେ ସୀମିତ ରଖିଥିଲେ।

ଏହି ସମୟରେ ନଳିନୀ ଭେଲୋର ଜିଲ୍ଲା ସାଥୁବଚାରୀ ନିକଟବର୍ତ୍ତୀ ରଙ୍ଗପୁରମ୍‌ଠାରେ ରହିବେ। ପୁଲିସ ଉପସ୍ଥିତିରେ ତାଙ୍କୁ ଏହିଠାରେ ଛାଡ଼ି ଦିଆଯାଇଛି।

Leave a Reply

Your email address will not be published.