‘ଦରବାର’ର ମୋସନ୍ ପୋଷ୍ଟର୍ ରିଲିଜ୍ କଲେ ଭାଇଜାନ୍

ସାଉଥ୍ ଇଣ୍ଡଷ୍ଟ୍ରୀର ତଲାଇବା ରଜନୀକାନ୍ତଙ୍କ ଅପକମିଙ୍ଗ୍ ଫିଲ୍ମ ‘ଦରବାର୍’ର ମୋସନ୍ ପୋଷ୍ଟର୍ ସୋସିଆଲ୍ ମିଡିଆକୁ ଆସିବା ମାତ୍ରେ ଅଗଣିତ ଲାଇକ୍ ମିଳିସାରିଛି । ଏହାର ହିନ୍ଦି ଭର୍ସନକୁ ଦବଙ୍ଗ ହିରୋ ସଲମାନ୍ ଟ୍ୱିଟର୍ ମାଧ୍ୟମରେ ସେୟାର୍ କରିଥିବାବେଳେ ତାମିଲ୍ ଭର୍ସନକୁ ସେୟାର୍ କରିଥିଲେ କମଲ୍ ହାସନ୍ ଓ ମହେଶ୍ ବାବୁ । ରଜନୀକାନ୍ତ. ସୁନିଲ୍ ସେଟ୍ଟି ଓ ନୟନତାରାଙ୍କ ଅଭିନୀତ ଏହି ବହୁ ପ୍ରତିକ୍ଷୀତ ଫିଲ୍ମ ଆଗାମୀ ବର୍ଷ ଜାନୁୟାରୀ ୧୫ ତାରିଖରେ ସିନେମାଘରକୁ ଆସିବ । ମୋସନ୍ ପୋଷ୍ଟରେ ଚିରାଚରିତ ଧାରାରେ ରଜନୀକାନ୍ତ ଷ୍ଟାଇଲର ଆକ୍ସନ୍ ଦୃଶ୍ୟ ଭରପୁର ହୋଇ ରହିଛି । ଏଆର୍ ମୁରୁଗଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଜନୀକାନ୍ତ ଆଇପିଏସ୍ ଅଫିସର୍ ଭୂମିକାରେ ଥିବାବେଳେ ବିଜନେସମ୍ୟାନ୍ ଭାବେ ପରଦା ଉପରକୁ ଆସିବେ ସୁନିଲ୍ ସେଟ୍ଟି ।

ମୋସନ୍ ପୋଷ୍ଟର୍ ରିଲିଜ୍ ହେବା ଖୁସିକୁ ପ୍ରଶଂସକ ଉତ୍ସବ ଭାବେ ପାଳନ କରିବା ସହିତ ସୋସିଆଲ୍ ମିଡିଆରେ ଏବେ କେବଳ ତଲାଇବାଙ୍କ ପାଇଁ ଶୁଭକାମନା ମେସେଜ୍ ରହିଛି । ବଲିଉଡ୍ ସେଲିବ୍ରିଟିମାନେ ମଧ୍ ତଲାଇବାଙ୍କୁ ସ୍ୱାଗତ ଜଣାଇଛନ୍ତି । ଏହି ଧାରାରେ ସୁନିଲ୍ ସେଟ୍ଟି କହିଛନ୍ତି ଯେ ରଜନୀକାନ୍ତଙ୍କ ସହିତ କାମ କରିବା ଏବଂ ଏହି ଫିଲ୍ମର ଗୋଟିଏ ଅଂଶ ହେବା ମୋର ସୌଭାଗ୍ୟ । ଅନ୍ୟପକ୍ଷରେ ସଲୁ ମିଆଁ ଲେଖିଛନ୍ତି – ‘କେବଳ ସୁପରଷ୍ଟାରଙ୍କୁ ନୁହେଁ, ଏକମାତ୍ର ସୁପରଷ୍ଟାରଙ୍କୁ ଅନେକ ଶୁଭେଚ୍ଛା’ । ଏହି ଭିଡିଓରେ ରଜନୀଙ୍କ ପୁରୁଣା ନିଆରା ଅନ୍ଦାଜ୍ ଦର୍ଶକଙ୍କ ହୃଦୟ ଜିତି ନେଇଛି ।

Leave a Reply

Your email address will not be published.