୨୮ ବର୍ଷ ପରେ ପୁଲିସ୍ ଭୂମିକାରେ ଆସିବେ ରଜନୀକାନ୍ତ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟୀର ତଲାଇବା ରଜନୀକାନ୍ତ ତାଙ୍କ ପ୍ରଶଂସକଙ୍କ ପାଇଁ ନେଇ ଆସୁଛନ୍ତି ଆଉ ଏକ ଆକ୍ସନ୍ ଫିଲ୍ମ ‘ଦରବାର୍’ । ଏ ଫିଲ୍ମ ସମ୍ପର୍କରେ ବିଶେଷ ଖବରଟି ହେଉଛି – ଦୀର୍ଘ ୨୮ ବର୍ଷ ପରେ ପୁଣିଥରେ ରଜନୀକାନ୍ତଙ୍କୁ ପୁଲିସ୍ ଅଫିସର୍ ଭୂମିକାରେ ପରଦା ଉପରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ୧୯୯୨ ମସିହାରେ ରିଲିଜ୍ ହୋଇଥିବା ତାମିଲ୍ ଫିଲ୍ମ ‘ପାଣ୍ଡିଆନ୍’ରେ ରଜନୀ ପୁଲିସ୍ ଅଫିସର୍ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିଥିଲେ ।

ନିକଟରେ ରଜନୀକାନ୍ତ ‘ଦରବାର୍’ର ସୁଟିଂ ଶେଷ କରିଛନ୍ତି ବୋଲି ସୂଚନା ମିଳିଛି । ଫିଲ୍ମ ନିର୍ମାଣ କରୁଥିବା କମ୍ପାନୀ ‘ଲିକା ପ୍ରଡକସନ୍’ ଟ୍ୱିଟର୍ ମାଧ୍ୟମରେ ଏହି ସୂଚନା ଦେବା ସହ ରଜନୀକାନ୍ତଙ୍କ ଏକ ଫଟୋ ମଧ୍ୟ ସେୟାର୍ କରିଥିଲେ । ଏହାର କ୍ୟାପସନ୍ ଥିଲା – ଆଉ ଏକ ‘ଦରବାର୍’ ପାଇଁ ରଜନୀଙ୍କ ର‌୍ୟାପଅପ୍ । ପୋଙ୍ଗଲରେ ବସିବ ‘ଦରଦାର୍’ । ଏ ଆର୍ ମୁରୁଗଦାସ୍ ଫିଲ୍ମର ନିର୍ଦ୍ଦେଶିତ ଏହି ଫିଲ୍ମରେ ରଜନୀକାନ୍ତଙ୍କ ସହିତ ନୟନତାରା, ପ୍ରତିକ୍ ବବର୍, ନିଭେତା ଥମସ୍ ଓ ୟୋଗୀ ବାବୁ ସ୍କ୍ରୀନ୍ ସେୟାର୍ କରିବେ ।

Leave a Reply

Your email address will not be published. Required fields are marked *