ରଜନୀକାନ୍ତଙ୍କ ଫିଟନେସ୍ ମନ୍ତ୍ର

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଡୁପର୍ ଷ୍ଟାର୍ ରଜନୀକାନ୍ତଙ୍କୁ ଏବେ ୬୮ବର୍ଷ । ଏଭଳି ଏକ ପରିଣତ ବୟସରେ ମଧ୍ୟ ଆକ୍ସନ୍ ମୁଭି କ୍ଷେତ୍ରରେ ସେ ଯୁବ କଳାକାରଙ୍କୁ ପଛରେ ପକାଇ ଦେଉଛନ୍ତି । ୬୮ ବର୍ଷ ବୟସରେ ରଜନୀକାନ୍ତଙ୍କ ଫିଟନେସ୍ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ତେବେ ଏଭଳି ଫିଟନେସ୍ ପାଇବାକୁ ହେଲେ ରଜନୀକାନ୍ତ କ’ଣ ସବୁ କରୁଛନ୍ତି, ସେହି ରହସ୍ୟ ଉପରୁ ଏବେ ପର୍ଦ୍ଦା ଉଠିଯାଇଛି ।

ନିକଟରେ ରଜନୀକାନ୍ତ ତାଙ୍କର ଫିଟନେସର ଗୁରୁମନ୍ତ୍ର ଭେଟେରି ଥିଏଟରର ମ୍ୟାନେଜିଙ୍ଗ୍ ଡାରେକ୍ଟର୍ ରାକେଶ ଗୋଥମ୍ୟାନ୍ଙ୍କୁ କହିଥିଲେ । ରାକେଶ ଟ୍ୱିଟ୍ ମାଧ୍ୟମରେ ଏହାକୁ ସେୟାର୍ କରିଛନ୍ତି । ରଜନୀକାନ୍ତଙ୍କ ଫିଟନେସ୍ ରହସ୍ୟ ହେଉଛି –
ସୁଇମିଙ୍ଗ୍ – ସୁଇମିଙ୍ଗ୍ ଶରୀରକୁ ଟୋଣ୍ଡ୍ ରଖିବା ସହିତ ଓଜନ ନିୟନ୍ତ୍ରଣ କରିଥାଏ । ତେଣୁ ପ୍ରତ୍ୟେକ ଦିନ ସେ ୧ ଘଣ୍ଟା ସୁଇମିଙ୍ଗ୍ କରିଥାନ୍ତି । ଯଦି କେଉଁଦିନ ସେ ସକାଳୁ ସୁଇମିଙ୍ଗ୍ ନ କରିପାରନ୍ତି, ସେ ଦିନ ସୁଟିଂକୁ ଯିବା ପୂର୍ବରୁ ସେ କିଛି ସମୟ ସୁଇମିଙ୍ଗ୍ କରନ୍ତି ।
ହେଲଦି ଫୁଡ୍ – ରଜନୀକାନ୍ତ ନିଜର ଖାଦ୍ୟ ପ୍ରତି ବହୁତ ସଚେତନ । ସେ ପ୍ରତିଦିନ ନିଜ ଡାଏଟ୍ ରୁଟିନରେ ଆବଶ୍ୟକ ଅନୁଯାୟୀ ଫାଇବର୍, ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଓ ପୋଟାସିୟମ୍ ତତ୍ୱଯୁକ୍ତ ଖାଦ୍ୟକୁ ସାମିଲ୍ କରିଥାନ୍ତି ।
ମେଡିଟେସନ୍ – ମେଡିଟେସନ୍ ଦ୍ୱାରା ଶାରିରୀକ ଓ ମାନସିକ ଶକ୍ତି ଦୃଢ ହୋଇଥାଏ । ତେଣୁ ରଜନୀକାନ୍ତ ନିଜକୁ ଫିଟ୍ ରଖିବା ପାଇଁ ସବୁଦିନେ ମେଡିଟେସନ୍ କରିଥାନ୍ତି । ମେଡିଟେସନ୍ ସହିତ ସେ ଶରୀରକୁ ଫୁର୍ତ୍ତି ରଖିବା ପାଇଁ ଅନେକ ବ୍ୟାୟାମ ମଧ୍ୟ କରିଥାନ୍ତି ।

Leave a Reply

Your email address will not be published.