ରାଜଧାନୀରେ ଏଇ… ବର୍ଷା !

ଭୁବନେଶ୍ୱର (ଓଟି): ପାଗ ଥିଲା ମେଘୁଆ ମେଘୁଆ । ହଠାତ୍ ଘୋଟିଆସିଲା ବର୍ଷା । ତା ସହ ସଁ ସଁ ପବନ । ଚାହୁଁ ଚାହୁଁ ରାଜଧାନୀକୁ ପୂରା ଭିଜେଇ ଦେଲା । ବାହାରେ ଥିବା ଓ ରାସ୍ତାରେ ଯାଉଥିବା ଲୋକେ ବଡ଼ ହନ୍ତସନ୍ତ ହୋଇଥିଲେ । ଆଜି ଅପରାହ୍ନରେ ହଠାତ୍ ଏଭଳି ଝଡ଼ବର୍ଷା ଯୋଗୁ ରାଜଧାନୀର ଦୃଶ୍ୟ ବଦଳି ଯାଇଥିଲା । ପ୍ରାୟ ଅଧଘଣ୍ଟା ଧରି ପାଣିପାଗ ବଦଳିବା ପରେ ପୁଣି ଖରା ହୋଇଥିଲା ।  

ସୂଚନା ଅନୁସାରେ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ କୁଆପଥର ବୃଷ୍ଟି ହୋଇଛି। ସେହିପରି ଅନେକ ସ୍ଥାନରେ ପବନ ଯୋଗୁଁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡ଼ିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରୁ ରାତି ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ରହିଥିଲା ଠିକ୍‌ ସେହିପରି ରାତି ୯ଟାରୁ ୧୦ଟା ଭିତରେ ପୁଣି କେତେକ ସ୍ଥାନରେ ଅସରାଏ ଦି’ଅସରାଏ ବର୍ଷା ହୋଇଯାଇଥିଲା।

ଏପରିକି କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ କିଲୋମିଟର ପର୍ଯ୍ୟନ୍ତ ପବନ ହେବାର ଆଶଙ୍କା ରହିଥିବାବେଳେ ଅନେକ ସ୍ଥାନରେ ବିଜୁଳି କାଟ୍‌ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ କୋରାପୁଟ ଜିଲ୍ଲାରେ ଝଡ଼ବର୍ଷା ହେବାର ଆଶଙ୍କା ରହିଥିଲା।

Leave a Reply

Your email address will not be published. Required fields are marked *