ସନ୍ଧ୍ୟା ଭିତରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସନ୍ଧ୍ୟା ସାଢ଼େ ୬ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି , ବିଜୁଳି ସହ ହାଲୁକା ବର୍ଷା ହେବା ଆଶଙ୍କା ରହିଛି। ଏନେଇ ସ୍ଵତନ୍ତ୍ର ରିଲିଫ୍ କମିଶନର ସତର୍କତା ଜାରି କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଭାଗର ନାଓ କାଷ୍ଟ ସୂଚନା ଆଧାରରେ ଏହି ସତର୍କତା ଜାରି କରାଯାଇଛି।
ଏହି ସତକ; ସୂଚନାରେ କୁହାଯାଇଛିଯେ, ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୬ଟା ଭିତରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଜଗତସିଂହପୁର, ନବରଙ୍ଗପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ।
ସେହିପରି ରାୟଗଡ଼ା ଜିଲ୍ଲାର ଗୁଣପୁର ବ୍ଲକ୍ ଏବଂ ଗଜପତି ଜିଲ୍ଲାର ଗୁମ୍ମା ଓ କାଶୀନଗର ବ୍ଲକ୍ରେ ବଜ୍ରପାତର ଆଶଙ୍କା କରାଯାଇଛି।