ରେଳଯାତ୍ରାରେ କୁହୁଡ଼ି ବାଧକ: ମାଲବାହୀକୁ ଧକ୍କା ଦେଲା ଲୋକମାନ୍ୟ, ପାଇଲଟ ନିଲମ୍ବିତ
ଭୁବନେଶ୍ଵର, (ଓଟି): ସକାଳର ଘନ କୁହୁଡ଼ିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମୁମ୍ବାଇ ଯାଉଥିବା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ୍। ଏଥିରେ ୧୧ଜଣ ଯାତ୍ରୀ ଆହତ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। ତେବେ ଏସ୍ସିବିକୁ ଆସିଥିବା ଏହି ଆତଙ୍କ ସଂଖୃା ୩୦ ବୋଲି ଜଣାପଡ଼ିଛି। ସେଥିରୁ ୬ ଜଣ ଗୁରୁତର ରହିଛନ୍ତି। ଆହତଙ୍କୁ ଫାଷ୍ଟଏଡ୍ ଦିଆଯିବା ପରେ କଟକ ଏସ୍ସିବି ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ସେହିପରି ଟ୍ରେନ୍ ୮ଟି ଡବା ପ୍ରଭାବିତ ହୋଇଛି। ଏଥିରୁ ୫ଟି ଟ୍ରାକ୍ ବାହାରକୁ ଚାଲିଯାଇଥିବାବେେଳେ ତିନୋଟି ବଗି ସାମନ୍ୟ ଲାଇନ୍ଚ୍ୟୁତ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ସକାଳ ସାତଟା ବେଳେ ଏହି ଦୁର୍ଘଟଣା ଘଟିଛି। ଷଳାକମାନ୍ୟ ତିଲକ୍ ଏକ୍ସପ୍ରେସ୍ ତାର ଲାଇନ୍ରେ ଯାଉଥିବା ବେଳେ ସାମ୍ନାରେ ଏକ ମାଲବାହୀ ଟ୍ରେନ୍କୁ ପାଇଥିଲା। ଫଳରେ ଟ୍ରେନ୍ ରୋକିବାକୁ ଚାହିଁଥିଲେ ମଧ୍ୟ ସକ୍ଷମ ହୋଇପାରି ନଥିଲା। ନିର୍ଗୁଣ୍ଡି ଓ ଢେଙ୍କାନାଳ ଷ୍ଟେସନ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ଶାଳ ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରେନ୍ର ଇଞ୍ଜିନ୍ ଯାଇ ମାଲବାହି ଟ୍ରେନ୍ର ଗାର୍ଡ଼ ଭ୍ୟାନ୍ରେ ଧକ୍କା ଦେଇଥିଲା। ଫଳରେ ୮ଟି ବଗି ଲାଇନ୍ ପ୍ରଭାବିତ ହୋିଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।
ଘଟଣାରେ ରେଳ କର୍ତ୍ତୃପକ୍ଷ ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରାଥମିକ ତଦନ୍ତରେ ନିର୍ଗୁଣ୍ଡି ଷ୍ଟେସନ୍ରେ କର୍ତ୍ତବ୍ୟରତ ଷ୍ଟେସନ୍ ମ୍ୟାନେଜରଙ୍କୁ ନିଲମ୍ବିତ କରାଯାଇଛି। ଠିକ୍ ସେହିପରି ମାଲବାହୀ ଟ୍ରେନ୍ ଓ ଏକ୍ସପ୍ରେସ୍ ଟ୍ରେନ୍ର ପାଇଲଟ୍ଙ୍କୁ ପରବର୍ତ୍ତୀ ତଦନ୍ତ ନସରିବା ଯାଏ କାର୍ଯ୍ୟରୁ ନିଲମ୍ବିତ ରଖାଯାଇଛି ।
କୋଲକାତାରେ ଅବସ୍ଥାପିତ ଦକ୍ଷିଣ ପୂର୍ବ ସର୍କଲର ରେଳ ନିରାପତ୍ତା କମିଶନର ଅଭୟ କୁମାର ରାଏ ଏହି ଘଟଣାର ତଦନ୍ତ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହେବ ବୋଲି କହିଛନ୍ତି। ୧୮ ତାରିଖରେ ଏନେଇ କଟକ ରେଳ ଷ୍ଟେସନ୍ ନିକଟରେ ଥିବା ଅଫିସର୍ସ ରେଷ୍ଟ ହାଉସ୍ରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ସବୁଠାରୁ ଗୁରୁତ୍ଵପୂଣ୍ଣ ବିଷୟ ହେଉଛି ଦୁର୍ଘଟଣା ସ୍ଥଳରେ ରେଳବାଇର ସହାୟତା ପହଞ୍ଚିବା ବିଳମ୍ବ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅନେକ ଲୋକ ଉଦ୍ଧାର ହୋଇଥିଲେ। କୁହୁଡ଼ି ହେତୁ ଉଦ୍ଧାରକାରୀ ଦଳ ପହଞ୍ଚିବା ବିଳମ୍ବ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି।
ଏହି ଦୁର୍ଘଟଣା ହେତୁ ସମ୍ପୃକ୍ତ ରେଳ ରୁଟ୍ରେ ଯିବାକୁ ଥିବା ଟ୍ରେନ୍ଗୁଡ଼ିକୁ ନରାଜ୍ଠାରେ ପରିବର୍ତ୍ତନ କରାଯାଇଛି।