ହଟିଲା ପୁରୁଣା ସାଙ୍କେତିକ ପ୍ରଣାଳୀ

ରେଳବାଇ ଇଲାକାରେ ଥିବା ଶେଷ ପୁରୁଣା କାଳିଆ ସାଙ୍କେତିକ ପ୍ରଣାଳୀକୁ ହଟାଇ ନିଆଯାଇଛି । ପୂର୍ବତଟ ରେଳପଥର ତୁରେଇକେଲା ରୋଡ଼ ଷ୍ଟେସନ ଠାରେ ପୂର୍ବ ପ୍ରଚଳିତ ହାତ ଭଳି ଦୃଶ୍ୟମାନ ଶେଷ ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରାଯାଇ ନୂତନ ରଙ୍ଗୀନ ଆଲୋକ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା କରାଯିବ I

ଆସନ୍ତା କାଲି ପୂର୍ବତଟ ରେଳପଥରେ ଏକ ଗୁରୁତ୍ୱପୂର୍ଣ ନବୀକରଣ କାର୍ଯ୍ୟ ହାତକୁ ନିଆଯାଇଅଛି – ରେଳପଥର ଶେଷ ଯାନ୍ତ୍ରିକ ହାତ ଭଳି ଦୃଶ୍ୟମାନ ଶେଷ ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରାଯାଇ ନୂତନ ରଙ୍ଗୀନ ଆଲୋକ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା କରାଯାଉଅଛି I

ଏହି ଯାନ୍ତ୍ରିକ ସାଙ୍କେତିକ ପ୍ରଣାଳୀକୁ ସେମାଫୋର ସଂକେତ କୁହାଯାଏ I ରେଳପଥରୁ ଏହାକୁ ସମ୍ପୂର୍ଣ୍ଣଭାବେ ଅପସାରଣ କରାଯାଇ ନୂତନ ଜ୍ଞାନକୌଶଳ ଥିବା ରଙ୍ଗୀନ ଆଲୋକ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ପ୍ରଚଳନ କରାଯିବ I

ରେଳପଥର ଶେଷ ସେମାଫୋର ସାଙ୍କେତିକ ପ୍ରଣାଳୀ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ନିକଟସ୍ଥ ତୁରେଇକେଲା ରୋଡ଼ ଷ୍ଟେସନ ଠାରେ ଅଛି ଯାହାକୁ ଆଜି ଓ ଆସନ୍ତାକାଲି ମଧ୍ୟରେ ନୂତନ ସାଙ୍କେତିକ ପ୍ରଣାଳୀ ଦ୍ୱାରା ଅପସାରିତ କରାଯିବ I

ତୁରେଇକେଲା ରୋଡ଼ ଷ୍ଟେସନ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନରେ ଟିଟିଲାଗଡ଼ ଠାରୁ ପ୍ରାୟ ୫୦ କି.ମି. ଦୂରରେ ଅବସ୍ଥିତ I ବିଗତ ଏକ ବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ୮ଟି ଷ୍ଟେସନ୍ରୁ ପୂର୍ବ ପ୍ରଚଳିତ ସେମାଫୋର ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରିପାରିଛି I

ସେଗୁଡିକ ହେଲା ଲଖନା, ଖରିଆର ରୋଡ଼, ନୂଆପଡା ରୋଡ଼, ଭୀମଖୋଜ, ବାଗବାହାରI, କୋମାଖାନ, ହରିଶଙ୍କର ରୋଡ଼, ତୁରେଇକେଲା ରୋଡ଼ I ଏହିସମସ୍ତ ଷ୍ଟେସନ ଗୁଡିକ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନରେ ଅବସ୍ଥିତ I

ପୂର୍ବ ପ୍ରଚଳିତ ସେମାଫୋର ସାଙ୍କେତିକ ବ୍ୟବସ୍ଥା ପରିବର୍ତ୍ତେ ବହୁମୁଖୀ ରଙ୍ଗୀନ ଆଲୋକ ସାଙ୍କେତିକ ବ୍ୟବସ୍ଥା ଉଚ୍ଚକୋଟୀର ଅଟେ ଏବଂ ଏହା ଟ୍ରେନ ଚାଳକ ମାନଙ୍କୁ ବହୁ ବ୍ୟବଧାନରୁ ଦୃଶ୍ୟମାନ ହେଉଥିବାଯୋଗୁଁ ନିରାପତ୍ତା ସହ ଟ୍ରେନ ପରିଚାଳନା କ୍ଷେତ୍ରରେ ସହଜସାଧ୍ୟ ହୋଇଥାଏ I

ଏହା ବ୍ୟତୀତ ବିଦ୍ୟୁତ ସର୍କିଟ ଯୋଗୁଁ ବିଫଳତା ପ୍ରତି ନଜର ଦେବା ସହିତ ଇଣ୍ଟରଲକିଂ ଏବଂ ନିରାପତ୍ତା ସମ୍ବନ୍ଧୀୟ ଅନ୍ୟାନ ତ୍ରୁଟି ବିଷୟରେ ଅବଗତ କରାଇଥାଏ ଯାହାକି ପୂର୍ବ ସାଙ୍କେତିକ ବ୍ୟବସ୍ଥା ଠାରୁ ଅନେକ ଉନ୍ନତ ଅଟେ I

ଜଙ୍କ୍ସନ ରୁଟ ସାଙ୍କେତିକ ବ୍ୟବସ୍ଥା ବା ମାର୍ଗ ପରିବର୍ତ୍ତନର ସାଙ୍କେତିକ ବ୍ୟବସ୍ଥା ବହୁମୁଖୀ ରଙ୍ଗୀନ ସାଙ୍କେତିକ ଆଲୋକ ପ୍ରଣାଳୀ ଦ୍ୱାରା ସହଜସାଧ୍ୟ ହୋଇଥାଏ ଯାହାଫଳରେ ଟ୍ରେନ ଚାଳକ ମାନଙ୍କୁ ସଠିକ ସ୍ଥିତି ସମ୍ବନ୍ଧରେ ଅବଗତ କରାଇଥାଏI

ଅନେକ କ୍ଷେତ୍ରରେ ବିଶେଷ ଭାବେ ଅଧିକ ପ୍ଲାଟଫର୍ମ ଥିବା ଷ୍ଟେସନ ଗୁଡିକରେ ହୋମ ସିଗ୍ନାଲ ଠାରୁ ମାର୍ଗ ପରିବର୍ତନ କରି ଷ୍ଟେସନ ମଧ୍ୟକୁ ପ୍ରବେଶ କରିବାପାଇଁ ବହୁମୁଖୀ ରଙ୍ଗୀନ ସାଙ୍କେତିକ ଆଲୋକ ପ୍ରଣାଳୀ କେବଳ ଟ୍ରେନ ଚାଳକ ମାନଙ୍କୁ ନୁହେଁ ବରଂ ନିରାପତ୍ତା ସମ୍ବନ୍ଧୀୟ ଅନ୍ୟାନ ରେଳ କର୍ମଚାରୀ ମାନଙ୍କୁ ମଧ୍ୟ ଏହାଦ୍ୱାରା ସୂଚିତ କରାଯାଇଥାଏ I 

ପୂର୍ବତନ ରେଳବାଇ ଇଲାକାରେ ଥିବା ଶେଷ ପୁରୁଣା କାଳିଆ ସାଙ୍କେତିକ ପ୍ରଣାଳୀକୁ ହଟାଇ ନିଆଯାଇଛି । ପୂର୍ବତଟ ରେଳପଥର ତୁରେଇକେଲା ରୋଡ଼ ଷ୍ଟେସନ ଠାରେ ପୂର୍ବ ପ୍ରଚଳିତ ହାତ ଭଳି ଦୃଶ୍ୟମାନ ଶେଷ ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରାଯାଇ ନୂତନ ରଙ୍ଗୀନ ଆଲୋକ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା କରାଯିବ I

ଆସନ୍ତା କାଲି ପୂର୍ବତଟ ରେଳପଥରେ ଏକ ଗୁରୁତ୍ୱପୂର୍ଣ ନବୀକରଣ କାର୍ଯ୍ୟ ହାତକୁ ନିଆଯାଇଅଛି – ରେଳପଥର ଶେଷ ଯାନ୍ତ୍ରିକ ହାତ ଭଳି ଦୃଶ୍ୟମାନ ଶେଷ ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରାଯାଇ ନୂତନ ରଙ୍ଗୀନ ଆଲୋକ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା କରାଯାଉଅଛି I

ଏହି ଯାନ୍ତ୍ରିକ ସାଙ୍କେତିକ ପ୍ରଣାଳୀକୁ ସେମାଫୋର ସଂକେତ କୁହାଯାଏ I ରେଳପଥରୁ ଏହାକୁ ସମ୍ପୂର୍ଣ୍ଣଭାବେ ଅପସାରଣ କରାଯାଇ ନୂତନ ଜ୍ଞାନକୌଶଳ ଥିବା ରଙ୍ଗୀନ ଆଲୋକ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ପ୍ରଚଳନ କରାଯିବ I

ରେଳପଥର ଶେଷ ସେମାଫୋର ସାଙ୍କେତିକ ପ୍ରଣାଳୀ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ନିକଟସ୍ଥ ତୁରେଇକେଲା ରୋଡ଼ ଷ୍ଟେସନ ଠାରେ ଅଛି ଯାହାକୁ ଆଜି ଓ ଆସନ୍ତାକାଲି ମଧ୍ୟରେ ନୂତନ ସାଙ୍କେତିକ ପ୍ରଣାଳୀ ଦ୍ୱାରା ଅପସାରିତ କରାଯିବ I

ତୁରେଇକେଲା ରୋଡ଼ ଷ୍ଟେସନ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନରେ ଟିଟିଲାଗଡ଼ ଠାରୁ ପ୍ରାୟ ୫୦ କି.ମି. ଦୂରରେ ଅବସ୍ଥିତ I ବିଗତ ଏକ ବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ୮ଟି ଷ୍ଟେସନ୍ରୁ ପୂର୍ବ ପ୍ରଚଳିତ ସେମାଫୋର ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରିପାରିଛି I

ସେଗୁଡିକ ହେଲା ଲଖନା, ଖରିଆର ରୋଡ଼, ନୂଆପଡା ରୋଡ଼, ଭୀମଖୋଜ, ବାଗବାହାରI, କୋମାଖାନ, ହରିଶଙ୍କର ରୋଡ଼, ତୁରେଇକେଲା ରୋଡ଼ I ଏହିସମସ୍ତ ଷ୍ଟେସନ ଗୁଡିକ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନରେ ଅବସ୍ଥିତ I

ପୂର୍ବ ପ୍ରଚଳିତ ସେମାଫୋର ସାଙ୍କେତିକ ବ୍ୟବସ୍ଥା ପରିବର୍ତ୍ତେ ବହୁମୁଖୀ ରଙ୍ଗୀନ ଆଲୋକ ସାଙ୍କେତିକ ବ୍ୟବସ୍ଥା ଉଚ୍ଚକୋଟୀର ଅଟେ ଏବଂ ଏହା ଟ୍ରେନ ଚାଳକ ମାନଙ୍କୁ ବହୁ ବ୍ୟବଧାନରୁ ଦୃଶ୍ୟମାନ ହେଉଥିବାଯୋଗୁଁ ନିରାପତ୍ତା ସହ ଟ୍ରେନ ପରିଚାଳନା କ୍ଷେତ୍ରରେ ସହଜସାଧ୍ୟ ହୋଇଥାଏ I

ଏହା ବ୍ୟତୀତ ବିଦ୍ୟୁତ ସର୍କିଟ ଯୋଗୁଁ ବିଫଳତା ପ୍ରତି ନଜର ଦେବା ସହିତ ଇଣ୍ଟରଲକିଂ ଏବଂ ନିରାପତ୍ତା ସମ୍ବନ୍ଧୀୟ ଅନ୍ୟାନ ତ୍ରୁଟି ବିଷୟରେ ଅବଗତ କରାଇଥାଏ ଯାହାକି ପୂର୍ବ ସାଙ୍କେତିକ ବ୍ୟବସ୍ଥା ଠାରୁ ଅନେକ ଉନ୍ନତ ଅଟେ I

ଜଙ୍କ୍ସନ ରୁଟ ସାଙ୍କେତିକ ବ୍ୟବସ୍ଥା ବା ମାର୍ଗ ପରିବର୍ତ୍ତନର ସାଙ୍କେତିକ ବ୍ୟବସ୍ଥା ବହୁମୁଖୀ ରଙ୍ଗୀନ ସାଙ୍କେତିକ ଆଲୋକ ପ୍ରଣାଳୀ ଦ୍ୱାରା ସହଜସାଧ୍ୟ ହୋଇଥାଏ ଯାହାଫଳରେ ଟ୍ରେନ ଚାଳକ ମାନଙ୍କୁ ସଠିକ ସ୍ଥିତି ସମ୍ବନ୍ଧରେ ଅବଗତ କରାଇଥାଏI

ଅନେକ କ୍ଷେତ୍ରରେ ବିଶେଷ ଭାବେ ଅଧିକ ପ୍ଲାଟଫର୍ମ ଥିବା ଷ୍ଟେସନ ଗୁଡିକରେ ହୋମ ସିଗ୍ନାଲ ଠାରୁ ମାର୍ଗ ପରିବର୍ତନ କରି ଷ୍ଟେସନ ମଧ୍ୟକୁ ପ୍ରବେଶ କରିବାପାଇଁ ବହୁମୁଖୀ ରଙ୍ଗୀନ ସାଙ୍କେତିକ ଆଲୋକ ପ୍ରଣାଳୀ କେବଳ ଟ୍ରେନ ଚାଳକ ମାନଙ୍କୁ ନୁହେଁ ବରଂ ନିରାପତ୍ତା ସମ୍ବନ୍ଧୀୟ ଅନ୍ୟାନ ରେଳ କର୍ମଚାରୀ ମାନଙ୍କୁ ମଧ୍ୟ ଏହାଦ୍ୱାରା ସୂଚିତ କରାଯାଇଥାଏ I 

Leave a Reply

Your email address will not be published.