ଆଉ ୪୦ଟି ଟ୍ରେନ୍ ବାତିଲ
ବାତ୍ୟା ଫନି ପାଇଁ ପୂର୍ବତଟ ରେଲୱେ ଆଜି ଆଉ ୪୦ଟି ଟ୍ରେନ୍ବାତିଲ କରିଛି। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦେଖି ପୂର୍ବତଟ ରେଲୱେ ଏପରି ପଦକ୍ଷେପ ନେଇଛି। ଆଜି ପାଇଁ ୩ଟି, ଆସନ୍ତାକାଲି ୨୧ଟି ଓ ୪ ତାରିଖ ପାଇଁ ୧୬ଟି ଟ୍ରେନ ବାତିଲ କରାଯାଇଛି। ସେହିପରି ବିଶାଖା ଏକ୍ସପ୍ରେସ୍କୁ ୨ ପାର୍ଶ୍ୱରୁ ଆଂଶିକ ବାତିଲ ବାତିଲ କରାଯାଇଛି।
ପୂର୍ବରୁ ପୂର୍ବତଟ ରେଲୱେ ୧୦୭ଟି ଟ୍ରେନ ବାତିଲ କରିଛି। ଏଥିସହ ରେଳ ବିଭାଗ ହେଲ୍ପ ଲାଇନ ନମ୍ବର ଜାରି କରିଛି। ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦, ୨୩୦୧୫୨୫, ୨୩୦୧୬୨୫ ଓ ଖୋର୍ଦ୍ଧା ରୋଡ୍ ପାଇଁ ୦୬୭୪-୨୪୯୦୦୧୦, ୨୪୯୨୫୧୧, ୨୪୯୨୬୧୧ ହେଲ୍ପ ଲାଇନ୍ନମ୍ୱର ଜାରି ହୋଇଛି।
ସେହିପରି ସମ୍ବଲପୁର ପାଇଁ ୦୬୬୩- ୨୫୩୨୨୩୦, ୨୫୩୩୦୩୭, ୨୫୩୨୩୦୨; ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭଦ୍ରକ ପାଇଁ ୦୬୭୮୪-୨୩୦୮୨୭, କଟକ: ୦୬୭୧-୨୨୦୧୮୬୫, ବ୍ରହ୍ମପୁର ପାଇଁ ୦୬୮୦-୨୨୨୯୬୩୨, ବିଶାଖାପାଟନମ୍ ପାଇଁ ୦୮୯୧- ୨୭୪୬୨୫୫, ୦୮୯୧- ୧୦୭୨ ହେଲ୍ପ ଲାଇନ୍ନମ୍ୱର ଜାରି କରିଛି ରେଳ ବିଭାଗ।
ଆଜି ମଧ୍ୟରାତ୍ରରୁ ୨୪ ଘଣ୍ଟା ଯାଏ ଭୁବନେଶ୍ଵରରୁ ଉଡିବନି ବିମାନ
ଫନିକୁ ଦୃଷ୍ଟିରେ ରଖି ଆଜି ମଧ୍ୟ ରାତ୍ରରୁ ୨୪ ଘଣ୍ଟା ଯାଏ ଭୁବନେଶ୍ଵରରେ ବିମାନ ଚଳାଚଳ ସେବା ବାତିଲ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ପୂର୍ବତଟ ରେଲଓ୍ଵେ ଫୋନି ପାଇଁ ଆଉ ୪୦ଟି ଟ୍ରେନ ବାତିଲ କରିଛି। ଫନିର ପ୍ରକୋପ ଦେଖି ପୂର୍ବରୁ ଅନେକ ବିମାନ କମ୍ପାନୀ ଭୁବନେଶ୍ଵରରୁ ବିମାନ ଚଳାଚଳ ବାତିଲ କରିଥିଲେ। ଏବେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଧ୍ୟାନରେ ରଖି ବେସାମରିକ ମନ୍ତ୍ରଣାଳୟ ଆଜି ମଧ୍ୟରାତ୍ରରୁ ୨୪ ଘଣ୍ଟା ଯାଏ ଭୁବନେଶ୍ଵରରୁ ବିମାନ ଉଡାଣ ବାତିଲ କରିଛନ୍ତି। ଏହାକୁ ନେଇ ଡିଜିସିଏ ଆଡଭାଇଜରୀ ଜାରି କରାଯାଇଛି।