ସହଯୋଗୀଙ୍କ ଦାବିକୁ ନେଇ ଚିନ୍ତାରେ ରାହୁଲ

ଭୁବନେଶ୍ୱର,(ଓଟି): କର୍ଣ୍ଣାଟକରେ ଜେଡ଼ିଏସ ସହିତ ମେଣ୍ଟ ସରକାର ହେବା ପରଠାରୁ ଅସ୍ଥିରତା ଲାଗିରହିଛି। ସରକାର କେତେବେଳ ଭାଙ୍ଗିବ କହିହେଉନଥିଲାବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ଲୋକସଭା ସିଟ ଭାଗବଣ୍ଟା କଂଗ୍ରେସ ଓ ଜେଡିଏସ ମଧ୍ୟରେ ବିବାଦ ଦେଖାଦେଲାଣି। ଲୋକସଭା ନିର୍ବାଚନରେ ଅଧିକ ଆସନରେ ନିର୍ବାଚନ ଲଢିବା ପାଇଁ ଜେଡିଏସ ଦାବି କରିଛି। ଯାହା ଏବେ କଂଗ୍ରସ ପାଇଁ ଅଢୁଆ ସୃଷ୍ଟି କରିଛି। ଏହି ବିବାଦର ସମାଧାନ ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ,ଏନସିପି ଅଧ୍ୟକ୍ଷ ଶରତ ଯାଦବ, ଜାମ୍ମୁ ଓ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଶରଣରେ ରାହୁଲ ଗାନ୍ଧୀ।

କଂଗ୍ରେସ ଚାହୁଁଛି ଏହି ୩ ଟି ଦଳ ଏନଡିଏ ବିରୋଧରେ ଜାତୀୟ ସ୍ତରରେ ମହାମେଣ୍ଟ ଗଠନ କରିବାରେ ସହଯୋଗ କରୁ। ମହାମେଣ୍ଟ ନିର୍ମାଣରେ ଥିବା ବାଧା ଗୁଡିକୁ ହଟାଇବାର ମଧ୍ୟ ସହାୟତା କରନ୍ତୁ। ଏଥିପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ମହାମେଣ୍ଟର ନତୃତ୍ୱ ନେବା ପାଇଁ ରାଜି ହୋଇଥିବା ବେଳେ ଏହି ତିନି ନେତା ଜାନୁଆରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ ମହାମେଣ୍ଟ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ।

ଟିଡିପି ମୁଖପାତ୍ର କହିଛନ୍ତି ଯେ ଆଞ୍ଚଳିକ ଦଳ ମାନେ ଯେତିକି ସିଟ ଜିତିବାନେଇ ଆଶାବାଦୀ ଅଛନ୍ତି ସେହି ସେହି ଆସନ ଦାବି କରିବା ଉଚିତ୍। ଭବିଷ୍ୟତରେ ହେବାକୁ ଥିବା ମହାମେଣ୍ଟରେ ଲୋକସଭା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହେବା ପୂର୍ବରୁ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ କର୍ଣ୍ଣାଟକେ କଂଗ୍ରେସ ଓ ଜେଡିଏସ ମଧ୍ୟରେ ୨:୧ ଅନୁପାତରେ ସବୁ ପଦବୀ ଭାଗ ହୋଇଛି। ଏହି ଫର୍ମୁଲା ଯଦି ଲୋକସଭା ନିର୍ବାଚନରେ ପ୍ରୟୋଗ କରାଯାଏ ତେବେ ଜେଡିଏସ ୨୮ଟି ଆସନରୁ ୧୦ ଟି ଆସନରେ ମିଳିଥାନ୍ତା। କିନ୍ତୁ ଏହାର କିଛି ଦନ ପୂର୍ବରୁ ଜେଡିଏସ ମୁଖ୍ୟ ଏଚ ଡି ଦେବଗୌଡା ୧୨ ଟି ଆସନରେ ନିର୍ବାଚନ ଲଢିବା ନେଇ ଦାବି କରିଛନ୍ତି। ଯଦି ଦାବି ପୂରଣ ନହୁଏ ତେବେ ସେ ଆସନ୍ତା ଲୋକସଭା ନିର୍ବାଚନରେ ଏକକୀ ଲଢିବେ ବୋଲି କହିଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *