୨୬ରେ ରାହୁଲ ଆସିବେ

ଭୁବନେଶ୍ଵର, (ଓଟି): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୨୬ ତାରିଖରେ ଓଡ଼ିଶା ଆସିବେ। ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାହୁଲଙ୍କ ଏହି ଗସ୍ତର ଉଦ୍ଦେଶ୍ୟ। ସେ ବାଲେଶ୍ଵରଠାରେ ଆୟୋଜନ ହେବାକୁ ଥିବା କଂଗ୍ରେସର ନିର୍ବାଚନୀ ସଭାରେ ସେ ଯୋଗ ଦେବେ। ଚଳିତ ନିର୍ବାଚନରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ ବୋଲି ବିବେଚନା କରାଯାଉଛି ।

ଏପ୍ରିଲ୍‌ ୯ ତାରିଖରେ ଫୁଲବାଣୀଠାରେ ରାହୁଲ ଯୋଗ ଦେଇ ଲୋକଙ୍କୁ ଅଭିଭାଷଣ ଦେବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ତାହା ହୋଇପାରି ନଥିଲା।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ପ୍ରଚାର ଜୋରଦାର ହୋଇଛି। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସଭାପତି ଅଭିତ ଶାହ ଲୋକଙ୍କୁ ବିଜେପି ପକ୍ଷରେ ଭୋଟ୍‌ ଦେବାକୁ ଉତ୍ସାହିତ କରିଥିଲେ। ଏହା ସହ ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ନେତା ମଧ୍ୟ ଓଡ଼ିଶା ଆସିଛନ୍ତି।

Leave a Reply

Your email address will not be published.