ରାହୁଲଙ୍କ ଭାଷଣରେ ଆତଙ୍କୀ ସହିଦ
ରାହୁଲ କ’ଣ ପାକିସ୍ତାନୀ ନେତା
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶାର କୋରାପୁଟ ଗସ୍ତ କାଳରେ କର୍ମୀମାନଙ୍କୁ ବଡ଼ ଅଡ଼ୁଆ ପରିସ୍ଥିତିରେ ପ଼କାଇ ଦେଇଛନ୍ତି। ସେ ନିଜ ଭାଷଣରେ ଭୂଲ କଥା କହିଥିଲେ ହେଁ ତାହାକୁ ସେ ହୃଦୟଙ୍ଗମ କରିପାରନାହାନ୍ତି। ଯାହାକି ସବୁଠାରୁ ବଡ଼ ଆଲୋଚନାର ବିଷୟବସ୍ତୁ ପାଲଟିଛି। ରାହୁଲଙ୍କ ଏହି କଥା ଏବେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପାଇଁ ଲଜ୍ୟାକର ପରିସ୍ଥିତି ସୃଷ୍ଟି ବଡ଼ କରିବ।
କୋରପୁଟ ସଭାରେ ଚିରାଚରିତ ଭାବରେ ବିଜେପିକୁ ଟାର୍ଗେଟ୍କରିବାକୁ ଯାଇ ରାହୁଲ ବାଲାକୋଟ୍ଏୟାର ଷ୍ଟ୍ରାଇକ୍ବାବଦରେ ମଧ୍ୟ ମନ୍ତବ୍ୟ ଦେଇଥିଲେ। ତେବେ କହୁ କହୁ ରାହୁଲ ଏମିତି କଥା କହିଦେଲେ ଯାହା ରାଜନୀତିକ ମହଲରେ ନୂଆ ପ୍ରସଙ୍ଗ ପାଲଟିଛି। ସେ ଭାଷଣ ଛଳରେ ମୃତ ଆତଙ୍କବାଦୀଙ୍କୁ ସହିଦ ବୋଲି କହିବାକୁ ମଧ୍ୟ ପଛାଇନାହାନ୍ତି। ରାହୁଲ କହିଥିଲେ, କିଛି ଦିନ ତଳେ, ଭାରତୀୟ ବାୟୁସେନା ପାକିସ୍ତାନ ଉପରେ ଆକ୍ରମଣ କରି ବୋମା ବର୍ଷଣ କରିଥିଲେ। ଏହି ପ୍ରକ୍ରିୟାରେ ଆମର କିଛି ଲୋକ ମଧ୍ୟ ସହିଦ ହୋଇଥିଲେ। ତେବେ ଏପରି କହିବା ପରେ କୌଣସି ଅବଶୋଷ ବା କ୍ଷମା ପ୍ରାର୍ଥନା ନକରି କୋରାପୁଟରେ ଥିବା ହାଲ୍ ବାବଦରେ କହିବା ଆରମ୍ଭ କରିଥିଲେ।