ନିରଞ୍ଜନଙ୍କୁ ରାହୁଲଙ୍କ କ୍ଲିନଚିଟ‍୍‌

ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ଦଳ ପୂର୍ବଭଳି ବିଶୃଙ୍ଖଳିତ ନ ହୋଇ ଶୃଙ୍ଖଳାର ସହିତ କାମ ଟିମ‍୍‌ ଭାବରେ କାମ କରୁଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି। ବୁଦ୍ଧିଜୀବୀ ସମ୍ମିଳନୀରେ ରାଜ୍ୟ କଂଗ୍ରେସ କାର୍ଯ୍ୟଧାରା ଉପରେ ହୋଇଥିବା ପ୍ରଶ୍ନ ଉପରେ ରାହୁଲ କହିଛନ୍ତି ଅତୀତରେ ରାଜ୍ୟ କଂଗ୍ରେସର ନେତାମାନେ ଏକାଠି ଟିମ ଭାବେ କାମ କରିବା ଦିଗରେ ବିଫଳ ହୋଇଛନ୍ତି। ଯାହା ଫଳରେ କଂଗ୍ରେସ ରାଜ୍ୟରେ କ୍ଷମତା ହାସଲ କରିପାରିନାହିଁ। ଶ୍ରୀକାନ୍ତଙ୍କୁ ଦଳରୁ ବହିଷ୍କାର ସମ୍ପର୍କରେ ରାହୁଲ କହିଛନ୍ତି ଶ୍ରୀକାନ୍ତଙ୍କ ଚିନ୍ତାଦାରାକୁ ମୁଁ ସମ୍ମାନ ଦେଉଛି। କିନ୍ତୁ ଦଳରେ ଶୃଙ୍ଖଳା ଆବଶ୍ୟକ ବୋଲି ସେ କହିଛନ୍ତି। ବର୍ତ୍ତମାନ ରାଜ୍ୟ କଂଗ୍ରେସ ଶୃଙ୍ଖଳିତ ଭାବେ ଟିମ ଭାବେ କାମ କରୁଥିବାରୁ ଆଗାମୀ ଦିନରେ ଭଲ ଫଳାଫଳ ମିଳିବ ବୋଲି ରାହୁଲ କହିଛନ୍ତି।

ବିଜେଡ଼ି ପ୍ରତି କଂଗ୍ରେସର କ’ଣ ମନୋଭାବ ରହିବ ବୋଲି ହୋଇଥିବା ପ୍ରଶ୍ନ ଉପରେ ରାହୁଲ କହିଛନ୍ତି , ମୋଦି ଓ ନବୀନ ଏକା ଢ଼ଙ୍ଗରେ ଶାସନ କରୁଛନ୍ତି। ନବୀନ ପଟ୍ଟନାୟକ ପ୍ରତି କଥାରେ ମୋଦି ସରକାରକୁ ସମର୍ଥନ କରିଆସୁଛନ୍ତି। ନୀବନ ଜଣେ ଅମଲାତାନ୍ତ୍ରିକ ଏକଛତ୍ରବାଦୀ ଶାସକ ବୋଲି ରାହୁଲ କହିଛନ୍ତି। ତେଣୁ ତାଙ୍କ ବିରୋଧରେ କଂଗ୍ରେସର ସଂଗ୍ରାମ ଜାରି ରହିବ ବୋଲି ରହୁଲ କହିଛନ୍ତି।

Leave a Reply

Your email address will not be published.