ସବୁ ଖାଲି ଫମ୍ପା ଭାଷଣ: ରାହୁଲ
ନୂଆଦିଲ୍ଲୀ(ଓଟି): ବଜେଟରେ କିଛି ବି ନଥିଲା, ସବୁ ଫମ୍ପା ଲାଗିଲା। କିନ୍ତୁ ସବୁଠାରୁ ଦୀର୍ଘତମ ବଜେଟ୍ ଭାଷଣ ଇତିହାସ ସୃଷ୍ଟି କରିଛି। ଏଭଳି ସମାଲୋଚନା କରିବା ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଭାଷଣବାଜିର ସରକାର ଗୋଟିଏ କଥାକୁ ବାରମ୍ବାର କେବଳ ଦୋହରାଇ କି ଲାଭ? ପ୍ରକୃତରେ ଏ ସରକାର କୌଣସି କାମକୁ ନୁହନ୍ତି।
ଟୁଇଟ ଜରିଆରେ ରାହୁଲ ଉଲ୍ଲେଖ କରିଛନ୍ତି ଯେ ବେରୋଜଗାର ତଥା ବେକାରୀ ସମସ୍ୟା ଦେଶର ପ୍ରମୁକ ସମସ୍ୟା ହୋଇଥିବାବେଳେ ବଜେଟରେ ସେଥିଲାଗି କିଛି ନାହିଁ। ଯୁବବର୍ଗଙ୍କୁ ନିଯୁକ୍ତି ଦେବା ପାଇଁ ସରକାର କୌଣସି ଉଦ୍ୟମ କରିଥିବା ଭଳି ବଜେଟରେ କିଛି ଦେଖିପାରିଲିନି। ତେଣୁ ସରକାରଙ୍କ କୌଣସି ସୁବିଚାରଧାରା ନାହିଁ ବୋଲି ରାହୁଲ ବର୍ଷିଛନ୍ତି। ଦେଶର ପ୍ରକୃତ ସମସ୍ୟାଗୁଡ଼ିକ ସମାଧାନ କରିବାକୁ କିଛି ଚିନ୍ତା କରାଯାଇନି ବୋଲି ମଧ୍ୟ ସେ ମୋଦୀ ସରକାର ବିରୋଧରେ ଅଭିଯୋଗ କରିଛନ୍ତି।
ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବଜେଟକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିନାହାନ୍ତି।