ନୂଆ ଅବତାରରେ ରାହୁଲଙ୍କ ‘ଗରିବୀ ହଟାଅ’

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟି ବଡ ଘୋଷଣା କରିଛି। ନିର୍ବାଚନରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶର ୨୦ ପ୍ରତିଶତ ସବୁଠାରୁ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦିଆଯିବ ବୋଲି ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ କହିଛନ୍ତି ଯଦି ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଧନୀ ଲୋକମାନଙ୍କୁ ପଇସା ଦେଇପାରୁଛନ୍ତି, ତେବେ କଂଗ୍ରେସ ପାର୍ଟି ଗରିବଙ୍କୁ ପଇସା ଦେଇପାରିବ।

ଋାହୁଲଙ୍କ ଏହି ଘୋଷଣା କାର୍ଯ୍ୟକାରୀ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। କାରଣ ଗରିବଙ୍କୁ ଦେବା ପାଇଁ ଏହି ଅର୍ଥ କେଉଁ ସୂତ୍ରରୁ ଆସିବ ତାହା ସେ କହିନାହାନ୍ତି। ରାହୁଲଙ୍କ ଘୋଷଣା ଅନୁସାରେ ଦେଶର ୫କୋଟି ପରିବାରର ୨୫କୋଟି ଲୋକ ଏଥିରେ ଉପକୃତ ହେବେ। ଏହି ଲୋକମାନଙ୍କୁ ରାହୁଲ ବାର୍ଷିକ ୩.୬ଲକ୍ଷ କୋଟି ଟଙ୍କା ଦେବେ ବୋଲି ଆକଳନରୁ ଜଣାପଡ଼ିଛି। ଏହି ଅର୍ଥ ପରିମାଣ ଦେଶର ବଜେଟଠାରୁ ଅଧିକ ରହିବ।

ଅର୍ଥଶାସ୍ତ୍ରୀମାନଙ୍କ କହିବା ଅନୁସାରେ ଏଭଳି ଯୋଜନା କାର୍ଯ୍ୟକାରୀ ହେଲେ ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। କେଉଁମାନେ ଗରୀବ ଅଛନ୍ତି ତାହା କିପରି ନିର୍ଦ୍ଧାରଣ କରାଯିବ। ବର୍ତ୍ତମାନ ଦେଶର ଜନସଂଖ୍ୟା ୧୩୬କୋଟି ଥିବାବେଳେ ଗରୀବଙ୍କ ସଂଖ୍ୟା ପ୍ରାୟ ୩୫କୋଟି ହେବ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

ଧର୍ମେନ୍ଦ୍ରଙ୍କ ଦୌରାତ୍ମ୍ୟରୁ ବିଜେପିରେ ମିଶିବେ ସୁବାସ!

ଆଦିବାସୀ ବହୁଳ ଜିଲ୍ଲାରେ ନୋଟାକୁ ଅଧିକ ସମର୍ଥନ

Leave a Reply

Your email address will not be published.