ରାହୁଲଙ୍କ ‘ନ୍ୟୁନତମ ନିଶ୍ଚତ ରୋଜଗାର’ ଯୋଜନା କେତେଦୂର ସମ୍ଭବ?
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ କ୍ଷମତା ଆସିଲେ ଦେଶର ୨୦ ପ୍ରତିଶତ ଗରିବ ଥିବା ପ୍ରତି ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେବାକୁ ଯେଉଁ ଘୋଷଣା କରିଛନ୍ତି, ସେଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ଏହା ପୂର୍ବରୁ ତିନି ରାଜ୍ୟର ନିର୍ବାଚନ ସମୟରେ ରାୟପୁରରେ ସେ ଏହି କଥାକୁ ଘୋଷଣା କରିଥିଲେ। ଏହି ଯୋଜନା ଅନୁସାରେ ଯଦି କାହାର ବାର୍ଷିକ ଆୟ ୧୨ ହଜାରରୁ କମ୍ ଥିବ ତେବେ ୭୨ ହଜାର ଟଙ୍କା ରାହୁଲଙ୍କ ସରକାର ସେହି ବ୍ୟକ୍ତିକୁ ଦେବ।
‘ନ୍ୟୁନତମ ନିଶ୍ଚତ ରୋଜଗାର’ ଯୋଜନା ‘ୟୁନିଭର୍ସାଲ ବେସିକ ଇନକମ୍’ ଯୋଜନା। ୨୦୧୬-୧୭ ଆଥିର୍କ ସର୍ବେକ୍ଷଣରେ ଅରୁଣ ଜେଟଲୀ ଏହାକୁ ସାମିଲ କରିଥିଲେ। ୨୦୧୭-୧୮ ବଜେଟ ପୂର୍ବରୁ ଏହି ଯୋଜନା ସମ୍ପର୍କରେ ବହୁତ ବିଚାର ବିମର୍ଶ ହୋଇଥିଲା। କିନ୍ତୁ ଏହି ଯୋଜନାକୁ ଲାଗୁ କରିଥିବା ଦେଶମାନଙ୍କର ଅନୁଭବ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିଚାର କରିବା ପାଇଁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇପାରିନଥିଲା।

ଏବେ ରାହୁଲ ଗାନ୍ଧୀଙ୍କ ଯୋଜନା ଅନୁସାରେ ଦେଶର ୫କୋଟି ପରିବାର ଓ ୨୫ କୋଟି ଲୋକଙ୍କୁ ଏଥିରୁ ଲାଭ ମିଳିବ। ଏହି ଯୋଜନା ପାଇଁ ସରକାରୀ ରାଜକୋଷରୁ ବାର୍ଷିକ ୩.୬୦ ଲକ୍ଷ କୋଟି ଖର୍ଚ୍ଚ ହେବ। ଏହା ୨୦୧୯-୨୦ ବଜେଟ ଖର୍ଚ୍ଚର ୧୩ ପ୍ରତିଶତ ହେବ। ଚଳିତ ବର୍ଷ ଯେଉଁ କାମଚଳା ବଜେଟ୍ ଆଗତ ହୋଇଛି ତାର ପରିମାଣ ୨୭ଲକ୍ଷ ୮୪ ହଜାର ୨୦୦କୋଟି। ଏଥିରେ ୩ଲକ୍ଷ ୬୦ହଜାର କୋଟି ଟଙ୍କା ଯୋଡି ଦେଲେ ଏହା ୩୧ଲକ୍ଷ ୪୪ହଜାର କୋଟିରେ ପହଞ୍ଚିଯିବ। ବର୍ତ୍ତମାନ ରାଜକୋଷର ୪ତି ପରିମାଣ ୭ଲକ୍ଷ ୩ହଜାର କୋଟି ଟଙ୍କା ରହିଛି। ଏହାର ଘରୋଇ ଉତ୍ପାଦର ୩.୪ ପ୍ରତିଶତ। ୟୁପିଏ ସରକାର ସମୟରେ ଆଥିର୍କ ପରିଚାଳନାରେ ଭୂଲ ଯୋଗୁଁ ଏହା ୫ ପ୍ରତିଶତ ଉପରକୁ ଚାଲିଯାଇଥିଲା।
ଋାହୁଲଙ୍କ ଏହି ଯୋଜନା ସମୟ ସହିତ ବୃଦ୍ଧି ପାଇ ୧୦ଲକ୍ଷ ୬୩ ହଜାର କୋଟି ଅର୍ଥାତ୍ ୫.୬ ପ୍ରତିଶତରେ ପହଞ୍ଚିଯିବ। ଫଳରେ ରାଜକୋଷ ଅସନ୍ତୁଳନ ସହିତ ଆଥିର୍କ ସମସ୍ୟା ସୃଷ୍ଟି ହେବ। ଏଥିରେ ସର୍ବ ପ୍ରଥମେ ମହଙ୍ଗା ମାଡ଼ ହେବ। ରିଜର୍ଭ ବ୍ୟାଙ୍କର ମହଙ୍ଗା ଦର ୪ ପ୍ରତିଶତ ରଖିବା ଯେଉଁ ସଂକଳ୍ପ ରହିଛି ତାହା ଭାଙ୍ଗିଯିବ। ଫଳରେ ମହଙ୍ଗା ଦର ଅତିକମରେ ୧.୫ ପ୍ରତିଶତ ବୃଦ୍ଧି ପାଇବ। ମହଙ୍ଗାକୁ କମାିବା ପାଇଁ ଯେଉଁ ପଦେ୪ପ ନିଆଯିବ ତାର ନକାରାତ୍ମକ ପରିଣାମ ଆସିବ। ୟୁନିଭର୍ସାଲ ବେସିକ ଇନକମ ପ୍ରସ୍ତାବ ଲଣ୍ଡନ ୟୁନିଭର୍ସିଟର ପ୍ରଫେସର ଗାୟ ଷ୍ଟେଣ୍ଡିଂ ୟୁପିଏ ସରକାରଙ୍କୁ ଦେଇଥିଲେ। ସେତେବେଳେ ୟୁପିଏ ସରକାର ଏହାକୁ ଗ୍ରହଣ କରିନଥିଲେ। ସେ ସମୟରେ କ’ଣ ଅସୁବିଧା ଥିଲା ତାହା ତତ୍ାକଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ ଏବଂ ପ୍ରଦାନମନ୍ତ୍ରୀ ମନମୋହନ ସିଂହ କହିବା ଆବଶ୍ୟକ। ବାସ୍ତବରେ ଗତ କିଛି ମାସ ହେଲା କ୍ଷମତାକୁ ଫେରିବା ପାଇଁ ରାହୁଲ ଗାନ୍ଧୀ ଯେପରି ଅଦୂରଦର୍ଶୀ ରାଜନୀତି କରିବା ଆରମ୍ଭ କରିଛନ୍ତି ତାର କିଛି ପ୍ରମାଣ ହେଉଛି ଏହି ‘ନ୍ୟୁନତମ ନିଶ୍ଚତ ରୋଜଗାର’ ଯୋଜନାର ଘୋଷଣା।

ଏଠାରେ ପ୍ରଶ୍ନ ଉଠୁଛି ୫ କୋଟି ପରିବାରର ୧୨ ହଜାରରୁ କମ୍ ମାସିକ ଆୟର ପରିସଂଖ୍ୟାନ କେଉଁଠୁ ମିଳିବ? ଆଜି ଭାରତରେ କେତେ ଳୋକ ଗରିବ ଅଛନ୍ତି? ସରକାରଙ୍କ ସଂଖ୍ୟା ଅନୁସାରେ ୨୦୧୨ରେ ଗ୍ରାମାଞ୍ଚଳରେ ଗରିବ ହାର ୨୫.୭ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୧୩.୭ ପ୍ରତିଶତ ରହିଥିଲା। ୟୁପିଏ ସରକାରଙ୍କ ସମୟରେ ୨୦୧୨ରେ ସି. ରଙ୍ଗରାଜନଙ୍କ ନେତୃତ୍ୱରେ ବିଶେଷଜ୍ଞମାନେ ଗ୍ରାମାଞ୍ଚଳର ଗରିବମାନେ ଦୈନିକ ୩୨ଟଙ୍କା ଓ ସହରାଞ୍ଚଳରେ ୪୭ଟଙ୍କା ଖର୍ଚ୍ଚ କରିପାରୁଥିବା ଲୋକଙ୍କୁ ଗରିବ କୁହାଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ବିଶ୍ୱ ସଂସ୍ଥାମାନେ କିଛି ନୂଆ ତଥ୍ୟ ଦେଇଛନ୍ତି। ଏହି ପରିସଂଖ୍ୟାନ ଅନୁସାରେ ଯେଉଁ ଲୋକମାନଙ୍କ ପାଖରେ ଦୈନିକ ଖର୍ଚ୍ଚ ପାଇଁ ୧୩୪ ଟଙ୍କା ନଥିବା ସେମାନଙ୍କୁ ଗରିବ କୁହାଯିବ।
ୱାର୍ଲଡ ଡ଼ାଟା ଲ୍ୟାବ ଅନୁସାରେ ୨୦୧୮ରେ ଭାରତର ଗ୍ରାମାଞ୍ଚଳରେ ୪.୩ ପ୍ରତିଶତ ସ ସହରାଞ୍ଚଳରେ ୩.୮ ପ୍ରତିଶତ ଲୋକଙ୍କୁ ଗରିବ କୁହାଯାଇପାରିବ। ବ୍ରୁକିଙ୍ଗସ ଅନୁସାରେ ୨୦୨୨ସୁଦ୍ଧା ଭାରତରେ ଅତ୍ୟନ୍ତ ଗରିବ ଲୋକମାନଙ୍କ ସଂଖ୍ୟା କେବଳ ୩ ପ୍ରତିଶତରେ ସୀମିତ ରହିବ। ଏହି ରିପୋର୍ଟରେ କୁହାଯାଇଛି, ୨୦୧୮ ମଇ ମାସ ସୁଦ୍ଧା ଭାରତରେ ୭କୋଟି ୩୦ଲକ୍ଷ ଲୋକ ଗରିବ ସୀମାରେଖା ତଳେ ଜୀବନ ଯାପନ କରୁଛନ୍ତି। ୱାର୍ଲଡ ଡ଼ାଟା ଲ୍ୟାବ ତତ୍ୟ ଅନୁସାରେ ଭାରତର ୫କୋଟି ଲୋକ ଦୈନିକ ୧୩୪ଟଙ୍କାରେ ଜୀବନ ଯାପନ କରୁଛନ୍ତି। ସଂଯୁକ୍ତ ରାଷ୍ଟ୍ରର ୨୦୧୪ ରିପୋର୍ଟ ଅନୁସାରେ ବିଶ୍ୱର ଗରିବ ଲୋକମାନଙ୍କ ମଧ୍ୟରୁ ୩୨.୯ ପ୍ରତିଶତ ଳୋକ ଭାରତରେ ଅଛନ୍ତି। ଏବେ ଭାରତର ଗ୍ରାମାଞ୍ଚଳର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନଥିଲେ ହେଁ ସଂଯୁକ୍ତ ରାଷ୍ଟ୍ରର ଏବେକାର ପରିସଂଖ୍ୟାନ ସମ୍ପୁର୍ଣ୍ଣ ଓଲଟା। ଗରିବ ସଂଖ୍ୟା ସଠିକ ଢ଼ଙ୍ଗରେ ଆକଳନ କରାଯାଉନଥିବାବେଳେ ଏପରି ଲୋଭନୀୟ ‘ନ୍ୟୁନତମ ନିଶ୍ଚତ ରୋଜଗାର’ ଯୋଜନାର ଆବଶ୍ୟକତା କ’ଣ?
ଋାହୁଲ ଗାନ୍ଧୀଙ୍କ ପରାମର୍ଶଦାତାମାନେ ଭାବୁଛନ୍ତି ଯେପରି ୧୯୬୭ରେ ଇନ୍ଦିରା ଗାନ୍ଧୀ ଗରିବୀ ହଟାଅ ସ୍ଲୋଗାନ ଦେଇ ୧୯୭୧ରେ ନିର୍ବାଚନ ଜିତିଥିଲେ ସେହିଭଳି ‘ନ୍ୟୁନତମ ନିଶ୍ଚତ ରୋଜଗାର’ ଯୋଜନା ମାଧ୍ୟମରେ କଂଗ୍ରେସ ୨୦୧୯ରେ ନିର୍ବାଚନ ଜିତିଯିବ। ସେ ସମୟରେ ବର୍ତ୍ତମାନ ଭଳି ସାମାଜିକ ଓ ଆଥିର୍କ ବିକାଶ କାର୍ଯ୍ୟକ୍ରମ ନଥିବାରୁ ଗରିବୀ ବଡ଼ ସମସ୍ୟା ଥିଲା। ୪୮ ବର୍ଷ ପରେ ଆଜିର ଭାରତର ସ୍ଥିତି ସମ୍ପୂର୍ଣ୍ଣ ଅଲଗା ରହିଛି। ଆଜିର ରାଜନୈତିକ ପରିଦୃଶ୍ୟ ଅଲଗା ରହିଛି। ଯଦି କୌଣସି ପାର୍ଟି ହାରେ କି ଜିତେ ଏଭଳି ଘୋଷଣାର ମୂଲ୍ୟାଙ୍କନ କରାଯାଇପାରିବ ନାହିଁ। ଏଭଳି ଯୋଜନାର ମୂଲ୍ୟାଙ୍କନ କେବଳ ଅର୍ଥଶାସ୍ତ୍ରକୁ କରାଯିବା ଉଚିତ୍।
ଇିଶ୍ୱର କୌଣସି ଦେଶରେ ଋଣ ଛାଡ ସହିତ ପ୍ରତିବର୍ଷ ଏତେ ପରିମାଣରେ ମାଗଣାରେ ଅର୍ଥ ବାଣ୍ଟିବାର ବ୍ୟବସ୍ଥା ନାହିଁ। ‘ନ୍ୟୁନତମ ନିଶ୍ଚତ ରୋଜଗାର’ ଯୋଜନା ଏକ ସିଦ୍ଧାନ୍ତ ଯାହାକି ମୁଖ୍ୟ ସାମାଜିକ ଓ ଆଥିର୍କ କାର୍ଯ୍ୟକ୍ରମ ଏବଂ ସବସିଡ଼ ଯୋଜନାକୁ ବନ୍ଦ କରି ହିତାଧିକାରୀଙ୍କ ଏକାଉଣ୍ଟକୁ ଅର୍ଥ ଦେବା ଆବଶ୍ୟକ। ଏହି ଯୋଜନାକୁ କ’ଣ ବନ୍ଦ କରାଯାଇପାରିବ। ଏହି ସବୁ ଯୋଜନା ଭାରତରେ ଗରିବୀ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ କରିବା ସହିତ ସେମାନଙ୍କ ଜୀବନଧାରଣ ମାନ ବୃଦ୍ଧି କରିବାରେ ସହାୟକ ହେଉଛି। ତେଣୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ। ନଗଦ ଦେବାକୁ ହେଲେ ଅର୍ଥର ବ୍ୟବସ୍ଥା କରିବାକୁ ହେବ। ସେଥିପାଇଁ କ’ଣ ଲୋକମାନଙ୍କ ଉପରେ ସରକାର ନୂଆ ଟିକସ ବସାଇବେ? ମୋଟାମୋଟି କହିବାକୁ ଗଲେ ରାହୁଲଙ୍କ ଏହି ‘ନ୍ୟୁନତମ ନିଶ୍ଚତ ରୋଜଗାର’ ଯୋଜନା ଲାଗୁ ହେଲେ ଦେଶର ଅର୍ଥବ୍ୟବସ୍ଥା ବିନାଶକାରୀ ହୋଇଯିବ।