ସଂଘ ଉପରେ ବର୍ଷିଲେ ରାହୁଲ : ଓଡ଼ିଶାରେ ପ୍ରଶାସନିକ ରାଜ

ସଂପ୍ରତି ଦେଶରେ ଆରଏସଏସ ସୁଚିନ୍ତିତ ଯୋଜନା କରି ସମସ୍ତ ସାମ୍ୱିଧାନିକ ପଦପଦବୀରେ ନିଜ ଲୋକମାନଙ୍କୁ ଅବସ୍ଥାପିତ କରିବାରେ ଲାଗିଛି। ଯାହାକି ଦେଶ ପାଇଁ ବିପଦ ସୃଷ୍ଟି କରୁଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜ୍ୟର ବୁଦ୍ଧିଜିବୀମାନଙ୍କ ସହିତ ଆଲୋଚନା କାଳରେ କହିଛନ୍ତି। ଏପରିକି କେନ୍ଦ୍ରର ମୋଦି ସରକାରରେ ମନ୍ତ୍ରୀ ଥିବା ସଦସ୍ୟମାନେ ଏଥିରୁ ରକ୍ଷା ପାଇପାରୁନାହିଁ। ସଂଘର ଲୋକମାନେ ବିଭିନ୍ନ ମନ୍ତ୍ରୀମାନଙ୍କ ସହାୟକଭାବେ ନିଯୁକ୍ତି ପାଇ ନିଜର ଏଜେଣ୍ଡାକୁ ଚଳାଉଛନ୍ତି। ବର୍ତ୍ତମାନ ଦେଶର କୌଣସି ସାମ୍ୱିଧାନିକ ସଂସ୍ଥା ଏଥିରୁ ରକ୍ଷା ପାଇପାରୁନାହାନ୍ତି। ଯାହାଫଳରେ ସୁପ୍ରିମକୋର୍ଟର ବିଚାରପତିମାନେ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି ବୋଲି ରାହୁଲ କହିଛନ୍ତି। କିନ୍ତୁ କଂଗ୍ରେସ ଗଣତନ୍ତ୍ରରେ ବିଶ୍ୱାସ କରେ ବୋଲି ରାହୁଲ କହିଛନ୍ତି।

ଗରିବ ନୁହେଁ, ଶିଳ୍ପପତିଙ୍କ ଉନ୍ନତି

ସମାଜର ମଧ୍ୟବିତ୍ତ ଶ୍ରେଣୀର ଲୋକାମାନଙ୍କର ଉନ୍ନତି ପାଇଁ ରାହୁଲ ଗାନ୍ଧି କହିଛନ୍ତି ବର୍ତ୍ତମାନର ସରକାର କୌଣସି ଯୋଜନା ନ କରି କିପରି ବଡ଼ ବଡ଼ ଶିଳ୍ପପତିମାନେ ଆହୁରି ବଡ଼ ହେବେ ସେଦିଗରେ କାମ କରୁଛନ୍ତି। ବର୍ତ୍ତମାନ ଦେଶରେ କୃଷିର ଉନ୍ନତି ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। କୃଷିର ଉନ୍ନତି ହେଲେ ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଦେଶରେ ଅର୍ଥନୀତିର ପ୍ରଗତି ହୋଇଛି ବୋଲି ସରକାର କହୁଥିବାବେଳେ ବେକାର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ। ବର୍ତ୍ତମାନର ସରକାର କୌଣସି ସୂଚନା ଦେଉନାହାନ୍ତି। ନିଜର ଗୁମର ଖୋଲିଯିବା ଭୟରେ ସୂଚନା ଅଧିକାରକୁ ନିରସ୍ତ୍ର କରିଦେଇଛନ୍ତି ବୋଲି ରାହୁଲ କହିଛନ୍ତି।

ଓଡ଼ିଶାରେ ପ୍ରଶାସନିକ ରାଜ

ବିଜେପି-ବିଜେଡ଼ି ମଡେ଼ଲ ସମାନ ବୋଲି ରାହୁଲ କହିଛନ୍ତି। ରାଜ୍ୟରେ ଅଳ୍ପକେତେକ ଆଇଏଏସ ଅଫିସର ରାଜ୍ୟକୁ ଚଳାଉଛନ୍ତି। କିନ୍ତୁ କଂଗ୍ରେସ ସରକାର ଏପରି ଚାଲେନାହିଁ। କଂଗ୍ରେସ ପିପୁଲ୍ସ ଡେ଼ମୋକ୍ରାଟିକ ଷ୍ଟେଟ ଚାହେଁ। ଓଡ଼ିଶାରେ ବର୍ତ୍ତମାନ ନବୀନ ସରକାର କୃଷକ, ଆଦିବାସୀ ଓ ଦଳିତମାନଙ୍କ ପାଇଁ ତତ୍ପର ହୋଇଉଠିଛନ୍ତି। ମୋଦି ଓ ନବୀନ କେହି କୃଷକମାନଙ୍କ ଚିନ୍ତିତ ନୁହଁନ୍ତି। ପୂର୍ବରୁ ଚାଷ ଓ ଚାଷୀମାନଙ୍କ ପାଇଁ ନବୀନ କ’ଣ କରୁଥିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଲୋକମାନଙ୍କ କଥା ନଶୁଣି କେବଳ କିପରି କ୍ଷମତାକୁ ଆସିବେ ସେହି ଚିନ୍ତାରେ ଅଛନ୍ତି। ବିମୁଦ୍ରୀକରଣ ଓ ଜିଏସଟି ଦେଶର ମେରୁଦଣ୍ଡ ଭାଙ୍ଗିଛି। ଗତ ୫ ବର୍ଷରେ ଦେଶର ବହୁତ କ୍ଷତି ହୋଇଛି। ଦେଶର ଟଙ୍କା ଲୁଟ୍ ହେଉଛି। 

Leave a Reply

Your email address will not be published. Required fields are marked *