ବିଜେପିର ୪ବିଧାନସଭା ପ୍ରାର୍ଥୀ ଘୋଷଣା, ରଘୁନାଥ ବସ୍ତାରୁ ଲଢ଼ିବେ

ଭୁବନେଶ୍ଵର, (ଓଟି): ବାଲେଶ୍ଵର ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବିଧାନସଭା ଆସନରୁ ପୂର୍ବତନ ମନ୍ତ୍ରୀ ତଥା କିଛିଦିନ ତଳେ ବିଜେଡି ଛାଡ଼ି ବିଜେପି ଟୋପି ପିନ୍ଧିଥିବା ରଘୁନାଥ ମହାନ୍ତି ପ୍ରାର୍ଥୀ ହେବେ। ଏନେଇ ଆବଶ୍ୟକ ଘୋଷଣା ବିଜେପି ପକ୍ଷରୁ କରାଯାଇଛି।

ସେହିପରି ଦଳ ଆଉ ତିନି ବିଧାୟକ ପ୍ରାର୍ଥୀ ନାଁ ଘୋଷଣା କରିଛି। ସେମାନେ ହେଲେ,

ଚମ୍ପୁଆରୁ ମୁରଲି ଶର୍ମା, ନିଆଳିରୁ ଛବି ମଲ୍ଲିକ ଏବଂ ଭୋଗରାଇରୁ ମାନସ ମହାନ୍ତି।

ଆସନ୍ତା କାଲି ଚମ୍ପୁଆ ବିଧାନସଭା ମଣ୍ଡଳୀରୁ ନାମାଙ୍କନ ଦାଖଲ ଶେଷ ତାରିଖ। କିନ୍ତୁ ବିଜେପି ଏବଂ ବିଜେଡି କେହି ହେଲେ ପ୍ରାର୍ଥୀ ଘୋଷଣା କରି ନଥିଲେ। ବୁଧବାର ବିଳମ୍ବିତ ସମୟରେ ଏହି ନାଁ ଘୋଷଣଶ ହୋଇଛି ।ହେଲେ ବିଜେଡି ଏଯାଏ ନା ସ୍ପଷ୍ଟ କରିନାହିଁ। ହେଲେ ପୂବର୍ତର୍ନ ବିଧାୟକ ତଥା ଚମ୍ପୁଆ ରାଜନୀତିର ଜଣେ ବଳିଷ୍ଠ ଚେହେରା ସନାତନ ମହାକୁଡ଼ଙ୍କ ସମର୍ଥକ ମିନାକ୍ଷୀ ମହନ୍ତ ବିଜେଡିର ପ୍ରାର୍ଥୀ ହେବା ନେଇ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *