ରଘୁଙ୍କ ଇସ୍ତଫା : ଟିକଟ ପାଇଁ ଚାପ ନୁହେଁ ତ?

ବସ୍ତା ରାଜନୀତିରୁ ବନବାସ ନେଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ପୁଣି ଏବେ ଚର୍ଚ୍ଚାରେ। ବର୍ଷକ ତଳେ ବିଜେପିକୁ ଯିବା ପାଇଁ କଥା ହେବାରୁ ତାଙ୍କୁ ବିଜେଡି ନେତୃତ୍ୱ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରେ ଥଇଥାନ କରିଥିଲେ। କିନ୍ତୁଶ୍ରୀ ମହାନ୍ତି ଆଜି ହଠାତ୍ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି।

ସେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେଉଥିବାରୁ ସେ ଇସ୍ତଫା ଦେଉଥିବା ଆଲୋଚନା ହେଉଛି। କିନ୍ତୁ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ତାଙ୍କୁ ବସ୍ତା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ କରିବାର ସମ୍ଭାବନା ନଥିବା ଜାଣିବା ପରେ ଶ୍ରୀ ମହାନ୍ତି ଚାପ ସୃଷ୍ଟି କରିବା ନିମନ୍ତେ ନିଗମ ଅଧ୍ୟକ୍ଷ ପଦ ଛାଡ଼ିଥିବା ଜଣାପଡ଼ିଛି। ଶ୍ରୀ ମହାନ୍ତିଙ୍କ ପ୍ରାର୍ଥୀତ୍ୱକୁ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରଵୀନ୍ଦ୍ର ଜେନା ଦୃଢ଼ ବିରୋଧ କରୁଛନ୍ତି। ଯେଉଁଥିପାଇଁ ସେ ବିଜେଡିରୁ ଟିକେଟ ପାଇବାର ସମ୍ଭାବନା କ୍ଷୀଣ। ଶ୍ରୀ ମହାନ୍ତି ମଧ୍ୟ ଗତ କିଛିଦିନ ପୂର୍ବରୁ ବିଜେପି ଶିବିରକୁ ଡିଆଁ ମାରିବା ପାଇଁ ସଜବାଜ ହେଉଥିଲେ। କିନ୍ତୁ ତାଙ୍କୁ ଦଳୀୟ ନେତୃତ୍ୱ ବୁଝାସୁଝା କରି ଅଟକାଇ ଥିଲେ। ତାଙ୍କୁ ଟିକେଟ୍ ମିଳୁନଥିବାରୁ ସେ ନିଜ ଆଡ଼ୁ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ବିଜେପି ଶିବିର ସହ ଯୋଗସୂତ୍ରରେ ରହିଥିବା ସୂଚନା ମିଳିଛି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ବିଜେପିରେ ମୋହନ-ଅର୍ଜୁନ

ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

Leave a Reply

Your email address will not be published.