ବିପ୍ଲବୀ କବି ରବି ସିଂଙ୍କ ପରଲୋକ
ଭୁବନେଶ୍ଵର, (ଓଟି): ବିପ୍ଲବୀ କବି, ସ୍ଵାଧୀନତା ସଂଗ୍ରାମୀ ତଥା ସ୍ତମ୍ଭକାର ରବି ସିଂହଙ୍କ ପରଲୋକ ହୋଇଛି। କଟକସ୍ଥିତ ବାସଭବନରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖlj ତାଙ୍କର ଦୁଇ ପୁଅ ଓ ପରିବାର ଉପସ୍ଥିତ ଥିଲେ। ତାଙ୍କ ପତ୍ନୀଙ୍କ ପରଲୋକ ପୂର୍ବରୁ ହୋଇଯାଇଛି।
୧୯୬୧ ମସିହାରେ ସେ ସାହିତ୍ୟ ଏକାଡେମୀ ସମ୍ମାନ, ୨୦୧୭ରେ ଅତିବଡି ସମ୍ମାନରେ ସମ୍ମାନୀତ ହୋଇଥିଲେ। ପଥ ପ୍ରାନ୍ତର କବିତା, ଚରମପତ୍ର, ଲାଲ ପାଗୋଡାର ପ୍ରେତ ଓ ଅନ୍ୟ କବିତା, ଭ୍ରୁକୁଟି , ବିଦିନ୍ନ , ପାଦଟିକା ପରି କବିତା ପୁସ୍ତକ ବେଶ୍ ଲୋକପ୍ରିୟ।
ତାଙ୍କ ଆତ୍ମଜୀବନୀ ନିଃସଙ୍ଗ ପଦାତିକ ମଧ୍ୟ ପାଠକଙ୍କ ଯଥେଷ୍ଟ ଆଦୃତି ଲାଭ କରିଛି।