କୁଇକ୍ ମେକ୍ଅପ ପାଇଁ ଟିପ୍ସ
ଅଫିସରୁ ବାହାରିବା ପରେ ସଙ୍ଗେ ସଙ୍ଗେ କୌଣସି ପାର୍ଟି ପାଇଁ ଯିବାକୁ ହେଲେ କିମ୍ବା କୌଣସି ଫ୍ୟାମିଲି ଫଙ୍କସନ୍ ପାଇଁ ଶୀଘ୍ର ମେକ୍ଅପ୍ ହେବା ପାଇଁ କହିଲେ, ତାହା ଝିଅମାନଙ୍କ ପାଇଁ ଟିକେ କଷ୍ଟ । କିନ୍ତୁ ଏମିତି କିଛି ବିୟୁଟି ଟିପ୍ସ ରହିଛି, ଯାହା ଦ୍ୱାରା ଆପଣ ଯଥାଶୀଘ୍ର ମେକ୍ଅପ୍ ନେଇପାରିବେ ଏବଂ ଷ୍ଟାଇଲିସ୍ ଲୁକରେ ନଜର ଆସିପାରିବେ । ତାହେଲେ ଆସନ୍ତୁ ଜାଣିବା –
୧- ଅଫିସର ଦିନ ସାରା ରହିବା ପରେ ଚେହେରା ତେଲିଆ ଓ ନିସ୍ତେଜ ଦେଖାଯାଇଥାଏ । ତେଣୁ ଚେହେରାକୁ ଫ୍ରେସ୍ ଓ ଚମକଦାର୍ କରିବା ପାଇଁ କମ୍ପାକ୍ଟ ପାଉଡର୍ ସବୁଠାରୁ ଭଲ ବିକଳ୍ପ । ଏହାକୁ ଚେହେରାରେ ଲଗାଇବା ପରେ ତେଲିଆ ଅଂଶ କମିଯାଇ ଚେହେରା ଚମକଦାର୍ ହୋଇଥାଏ ।
୨- ପାର୍ଟି ପାଇଁ ଡାର୍କ ଆଇଶାଡୋ ଲଗାଇବା ଦ୍ୱାରା ଏକ ଷ୍ଟାଇଲିସ୍ ଲୁକ୍ ମିଳିଥାଏ । ଏହା ଆଖିକୁ ଆକର୍ଷିତ କରିବା ସହ ସବୁ ପ୍ରକାର ଡ୍ରେସକୁ ମାନିଥାଏ ।
୩- ଡାର୍କ ଆଇଶାଡୋ ସହିତ ଆଇ ଲାଇନର୍ ଲଗାଇବାକୁ ଭୁଲନ୍ତୁ ନାହିଁ ।
୪- ହାଲ୍କା ଭାବେ ମସ୍କାରା ଲଗାନ୍ତୁ । ଗାଢ଼ ମସ୍କାରା ମେକ୍ଅପ୍କୁ ଖରାପ କରିଥାଏ ।
୫- କୁଇକ୍ ମେକ୍ଅପ୍ ପାଇଁ ଟିକେ ଗାଢ଼ା ରଙ୍ଗର ଲିପ୍ଷ୍ଟିକ୍ ବାଛନ୍ତୁ ଏବଂ ଗାଢ଼ ଭାବେ ଲଗାନ୍ତୁ ।
୬- ଅଫିସ୍ ପାର୍ଟି ହେଉ କିମ୍ବା କୌଣସି ଉତ୍ସବ, ଚେହେରାରେ ପିଙ୍କ୍ ବ୍ଲଶର୍ ଲଗାଇବା ଭୁଲନ୍ତୁ ନାହିଁ ।