ବିଜେପି ପ୍ରତିଶୃତିର ଫାଇଦା ନେବାକୁ ପିନାକୀଙ୍କ ପ୍ରୟାସ

ଭୁବନେଶ୍ଵର, (ଓଟି): ଦୀର୍ଘସମୟ ହେଲା ପୁରୀ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିବା ସାଂସଦ ପିନାକୀ ମିଶ୍ରଙ୍କର ରଥଯାତ୍ରା ସମୟରେ ପୁରୀର ଯାତାୟାତ ସୁବିଧା କଥା ମନେ ପଡ଼ିଛି, ତାହା ପୁଣି ଦୀର୍ଘକାଳୀନ ଭିତ୍ତିଭୂମି ପ୍ରସଙ୍ଗକୁ ନେଇ। ଏହିକ୍ରମରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ୍‌ ଗଡ଼କରୀଙ୍କୁ ଏକ ପତ୍ର ଲେଖିଛନ୍ତି। ପତ୍ରରେ ପୁରୀ ଦେଇ ଯାଇଥିବା ୨୦୩ ନମ୍ବର ଜାତୀୟ ରାଜପଥ ଉପରେ ଥିବା ରେଳ ଲାଇନ୍‌ ଉପରେ ଏକ ଓଭର ବ୍ରିଜ୍‌ ନିର୍ମାଣ ଏବଂ ୨୦୧୩ ନମ୍ବର ଜାତୀୟ ରାଜପଥ କାମ ଶେଷ କରିବାକୁ ଅନୁରୋଧ କରାଯାଇଛି ।

ଏହି କାର୍ଯ୍ୟ ୨୦୧୫ ନବକଳେବର ସମୟରୁ ସେମିତି ଅସମ୍ପୂଣ୍ଣ ପଡ଼ିଥିଲେ ମଧ୍ୟ ରାଜ୍ୟ ନା କେନ୍ଦ୍ର କାହାର ସେଥିପ୍ରତି ଦୃଷ୍ଟି ପଡ଼ୁ ନାହିଁ। ରଥଯାତ୍ରା ସମୟରେ ଏ ବିଷୟରେ କେବଳ ଗଣମାଧ୍ୟମ ରିପୋର୍ଟ ଆସିଲେ ତାହାକୁ ଚୁପ୍‌ କରିବା ପାଇଁ ଏମିତି କିଛି ଆଲୋଚନା ହେଉଛି। ଏହିକ୍ରମରେ ପିନାକୀଙ୍କ ଏହି ଚିଠିକୁ ଲୋକଙ୍କ ଧ୍ୟାନଚ୍ୟୁତ କରିବାର ଏକ ପ୍ରୟାସ ବୋଲି କୁହାଯାଇପାରେ।

ଅପରପକ୍ଷେ ପିନାକୀ ଏହାକୁ ଏକ ରାଜନୀତିକ ରୂପ ଦେବାକୁ ଚାହିଁଛନ୍ତି। ସେ ଶ୍ରୀ ଗଡ଼କରୀଙ୍କୁ କହିଛନ୍ତି, ପୁରୀକୁ ଭାରତର ସାଂସ୍କୃତିକ ରାଜଧାନୀ କରିବା ପାଇଁ ବିଜେପି ତାହାର ୨୦୧୯ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିଥିଲା। ଏବେ ଏହି ଦୁଇ ଯୋଗାଯୋଗର ମାଧ୍ୟମ ଭକ୍ତ ଓ ପର୍ଯ୍ୟଟକଙ୍କୁ ସହାୟକ ହେବ ଏବଂ ତାହା ପୁରୀକୁ ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *