ଡେଲାଙ୍ଗରେ ସତ୍ୟଙ୍କ ଦମ୍ଦାର ଶୋଭାଯାତ୍ରା
ସାମ୍ବାଦିକରୁ ରାଜନେତା ପାଲଟିଥିବା କଂଗ୍ରେସ ମିଡିଆସେଲ୍ ଅଧ୍ୟକ୍ଷ ତଥା ପୁରୀର ସାଂସଦ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ଗୁରୁବାର ନିଜର ଦମ୍ ଦେଖାଇଛନ୍ତି। ଦଳୀୟ ନେତା ତଥା କର୍ମୀଙ୍କ ସହାୟତାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରି ସମସ୍ତଙ୍କ ଆଗରେ ଉଦାହରଣ ସୃଷ୍ଟି କରିଛନ୍ତି। ପୁରୀ ଜିଲ୍ଲାର ଡେଲାଙ୍ଗଠାରେ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ବେରବୋଇର ମହାନ୍ ଗାନ୍ଧୀ ପୀଠରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଅଭୟମୁଖୀ, ଧାନକେରା ଆଦି ଗାଁ ବୁଲିଥିଲା। ସାଙ୍ଗରେ ପିପିଲି ବିଧାନସଭା ପ୍ରାର୍ଥୀ ଅଜିତ ମଙ୍ଗରାଜ ଉପସ୍ଥିତ ରହି କଂଗ୍ରେସ ପାଇଁ ଭୋଟ୍ ମାଗିଥିଲେ। ବିଭିନ୍ନ ସ୍ଥାନରେ ସତ୍ୟଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ସ୍ଥାନେସ୍ଥାନେ ବାଇକ୍ରୁ ଓହ୍ଲାଇ ସତ୍ୟ ଲୋକଙ୍କ ଫଟୋ ଉଠାଉଥିବା ନଜର ଆସିଥିଲା। ଅନେକ ସ୍ଥାନରେ ହାତ ଯୋଡ଼ି ଭୋଟରଙ୍କୁ ଅଭିବାଦନ ଜଣାଇଥିଲେ। ସାଧାରଣ ଲୋକଙ୍କ ସହ ଚା’ ଖଟିରେ ଯୋଗ ଦେଇ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ସମ୍ପ୍ରଦାୟର ଲୋକେ ତାଙ୍କ ସହ କଥା ହେବାକୁ ଆଗକୁ ଆସିଥିବା ଦେଖା ଯାଇଥିଲା।
