କେବଳ ବିଧିରେ ସୀମିତ ରହିବ ଅକ୍ଷୟ ତୃତୀୟା, ମେ’ ୩ ପରେ ରଥଯାତ୍ରା ନିଷ୍ପତ୍ତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଏ ବର୍ଷ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି କେବଳ ବିଧିରେ ସୀମିତ ରହିବ। ବାହାରେ କୌଣସି କାର୍ଯ୍ୟ ହେବ ନାହିର୍ର୍। ଅର୍ଥାତ୍‌ ରଥ କାଠ ଅନୁକୂଳ ନେଇ ଯେୁଁ ପରମ୍ପରା ରହିଛି ତାହା କେବଳ ବିଧି ଅନୁସାରେ ଅନ୍ୟ କାହାର ଉପସ୍ଥିତି ବିନା ପାଳନ କରାଯିବ ବୋଲି ଗଜପତି ମହାରାଜା କହିଛନ୍ତି। ତେବେ ଏହି ବିଧି କ’ଣ ହେବ ସେ ବାବଦରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭା ଏବଂ ଅନ୍ୟ ସେବାୟତଙ୍କ ସହ ଆଲୋଚନା କରିବା ପରେ ସ୍ଥିର କରିବେ। ଏନେଇ ପରିଚାଳନା କମିଟି ଓ ଶଙ୍କରାଚାର୍ଯ୍ୟଙ୍କ ଭିତରେ ଏକ ସ୍ଵତନ୍ତ୍ର ବୈଠକ ହେବ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି।

ଆଜି ପୂର୍ବାହ୍ଣରେ ରଥଯାତ୍ରା ଓ ଅକ୍ଷୟ ତୃତୀୟ ପାଳନ କିପରି ହେବ ସେ ନେଇ ମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇଥିଲା। ପୁରୀ ଓ ଭୁବନେଶ୍ଵରରେ ଉପସ୍ଥିତ ସଦସ୍ୟମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଷଳ। ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଥିବା ଲକ୍‌ଡାଉନ୍‌ ନିର୍ଦେଶାବଳୀ ବାବଦରେ ଆଲୋଚନା ହୋଇଥିଲା। ଏଥିରେ ସ୍ପଷ୍ଟ ଭାବେ ମେ’ ୩ ତାରିଖ ଯାଏ କୌଣସି ଧାର୍ମିକ ଅନୁଷ୍ଠାନରେ ବାହାର କାର୍ଯ୍ୟକ୍ରମ , ଲୋକ ସମାଗମ ନରିବା ପାଇଁ ନିର୍ଦେଶ ରହିଛି। ଏ ବିଷୟରେ ଆଲୋଚନା କରି ରାଜ୍ୟ ଓ କେନ୍ଦ୍ର ସରକାରଙକ୍ ନିର୍ଦେଶାବଳୀକୁ ମାନିବାକୁ ଯାଇ ପରିଚାଳନା କମିଟି ମୁଖ୍ୟ ଗଜପତି ମହାରାଜା କହିଛନ୍ତି ଯେ,  ’ନିୟମାବଳୀରୁ ସ୍ପଷ୍ଟ ଯେ ମେ ୩ ତାରିଖ ପର୍ଯ୍ୟନ୍ତ କୌଣସି ଧର୍ମ ପୀଠରେ କୌଣସି ବାହାର ଯାତ୍ରା ଅନୁଷ୍ଠିତ ହୋଇପାରିବ ନାହିଁ। ଏହାକୁ କଡ଼ାକଡ଼ି ଭାବେ ପାଳନ କାଇଁ ରାଜ୍ୟ ସରକାର ବାଧ୍ୟ। ଏଥିରେ କୌଣସି ଦ୍ଵିମତ ହୋଇପାରିବ ନାହିଁ’।

ଏଣୁ ଅକ୍ଷୟ ତୃତୀୟରେ ଯେଉଁ ନୀତି ହୁଏ ତାହା ବର୍ତ୍ତମାନ ସମ୍ଭବ ନୁହେଁ। ସଦସ୍ୟମାନେ କହିଲେ ଯେ ଲକ୍‌ଡାଉନ୍‌ ନିୟମକୁ ପାଳନ କରିବା ସହ ବିଧି ଅନୁସାରେ କ’ଣ କରିପାରିବା। ଏହା ଉପରେ ବିଚାର ହେଲା ଯେ, ଏହା ଏକ ଧାର୍ମିକ ପ୍ରସଙ୍ଗ। ଏହା ଯେହେତୁ ପ୍ରଶାସନିକ ସଂସ୍ଥା ଏହି ନିଷ୍ପତ୍ତି ନେଇ ପାରିବେ ନାହିଁ। ଏଣୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ହେବ। ଶ୍ରୀମନ୍ଦିର ସେବକମାନଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ନିର୍ଦେଶକୁ ପାଳନ କରି ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି କଣ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହେବ ବୋଲି ଗଜପତି କହିଛନ୍ତି।

ଜୁନ୍‌ରେ ସ୍ନାନ ଓ ରଥଯାତ୍ରା ପଡ଼ିଥାଏ।  ମେ ୩ ତାରିଖ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ନିର୍ଦେଶାବଳୀ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published.