ଶତାବ୍ଦୀ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ଵର, (ଓଟି): ଭାରତ ବନ୍ଦ ଡାକରାର ଦ୍ଵିତୀୟ ଦିନର ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି। ବନ୍ଦ ସମୟରେ ବିଶୃଙ୍ଖଳାକୁ ଏଡ଼ାଇବା ତଥା ଯାତ୍ରା ସମ୍ଭବ ନଥିବା ଦୃଷ୍ଟିକୋଣରୁ ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌କୁ ବାତିଲ୍‌ କରିଛନ୍ତି। ଉଭୟ ପୁରୀ ଓ ହାଓ୍ଡ଼ା ଷ୍ଟେସନ୍‌ରୁ ଏହା ଯାତ୍ରା କରିବ ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ପୁରୀ-କଟକ-ପୁରୀପାସେଞ୍ଜର ଏବଂ କଟକ-ଭଦ୍ରକ-କଟକ ପାସେଞ୍ଜର ସଟଲ୍‌ ଟ୍ରେନ୍‌କୁ ମଧ୍ୟ ବାତିଲ୍‌ କରାଯାଇଥିବା ସୂଚନା ମିଳିଛି । ଗୁଣୁପୁର-ପୁରୀ-ଗୁଣପୁର ଟ୍ରେନ୍‌ ବ୍ରହ୍ମପୁର ଯାଏ ଯାତ୍ରା କରିବ। ବ୍ରହ୍ମପୁରରୁ-ପୁରୀ ଯାଏ ଚଳାଚଳ ବାତିଲ୍‌ ହୋଇଛି।

ସକାଳ ୧୧ଟା ୧୫ ମିନିଟ୍‌ ସମୟରେ ପୁରୀ-ହବିବଗଞ୍ଜ ସ୍ଵତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ କରିପାରି ନାହିଁ। ଏହା ପୁରୀ ଷ୍ଟେସନ୍‌ ଅପରାହ୍ଣ ୨ଟା ୩୦ ମିନିଟ୍‌ ସମୟରେ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଜାରି ସ୍ଵତନ୍ତ୍ର ବୁଲେଟିନ୍‌ରେ କୁହାଯାଇଛି।

୫୫ ବର୍ଷରେ ୬୫ଟି ବିପର୍ଯ୍ୟୟ

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ 

Leave a Reply

Your email address will not be published. Required fields are marked *