ରଥଯାତ୍ରା: ସରକାରଙ୍କୁ ଚିଠି ଲେଖିଲେ ଗଜପତି

ଭୁବନେଶ୍ୱର(ଓଟି): ମହାମାରୀ କରୋନା ପାଇଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ସେ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ରଥଯାତ୍ରା ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବା ପାଇଁ ସେ  ଚିଠିରେ ଉଲ୍ଲେଖ କରିଛନ୍ତି।

ଗଜପତି ମହାରାଜା କହିଛନ୍ତି ଯେ ଏ ସମ୍ପର୍କରେ ମୋର ମତ ଦେଇସାରିଛି। ତେଣୁ ସ୍ନାନଯାତ୍ରା, ଚନ୍ଦନଯାତ୍ରା ନେଇ ମଧ୍ୟ ଶୀଘ୍ର ନିଷ୍ପତ୍ତି ନିଆଯାଉ। ଚଳିତ ମାସ ୨୬ରେ ଅକ୍ଷୟ ତୃତୀୟା; ତେଣୁ ବିଳମ୍ବ ନକରି ଶୀଘ୍ର ନିଷ୍ପତ୍ତି ନେବାକୁ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କରୋନା ସ୍ଥିତି ନେଇ ଉଭୟ ଦେଶ ଓ ରାଜ୍ୟ ଲକ୍‌ଡାଉନ୍‌ରେ ରହିଛି। ମହାମାରୀ ବ୍ୟାପିବାରୁ ବିଶ୍ୱରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ପ୍ରଭାବ ଦେଶ ଓ ରାଜ୍ୟ ଉପରେ ମଧ୍ୟ ପଡ଼ିଛି ଏବଂ ଅନେକ କାର୍ଯ୍ୟକ୍ରମ ଅନିଚ୍ଛା ସତ୍ତ୍ଵେ ସରକାର ବାତିଲ୍‌ ବା ସ୍ଥଗିତ ରଖିବାକୁ ବାଧ୍ୟ ହେଉଛନ୍ତି।

Leave a Reply

Your email address will not be published. Required fields are marked *