ଆମେରିକାରୁ ଫେରିଲେ, ଆଇସୋଲେସନ୍ରେ ରହିଲେ
ଭୁବନେଶ୍ଵର (ଓଟି): କୋବିଡ୍-୧୯ ତଥା କରୋନା ଆତଙ୍କରେ ବିଶ୍ଵ ଥରହର ହେଉଛି। ଏଭଳି ସ୍ଥଳେ ପ୍ରତ୍ୟେକ ଦେଶ ଆଉ ରାଜ୍ୟ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସେହିପରି ସଚେତନତା ରହିବାକୁ ପରାମର୍ଶ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ନିଜେ ବେଶ୍ ସଚେତନତା ଓ ସତର୍କ ରହିଥିବା ପ୍ରମାଣ ଦେଇଛନ୍ତି ଗଜପତି ମହାରାଜା। ଆମେରିକାରୁ ଫେରିବା ପରେ ସେ ଆଇସୋଲେସନ୍ରେ ରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ତାଙ୍କ ପରିବାର ସଦସ୍ୟ ଆମେରିକାର ବିଭିନ୍ନ ସହର ପରିଦର୍ଶନ କରିବା ପରେ ଗତ ୧୫ ତାରିଖରେ ଓଡ଼ିଶାକୁ ଫେରିଥିଲେ। ତେବେ ମହାରାଜାଙ୍କ ସମେତ ସମସ୍ତ ବିଦେଶ ଭ୍ରମଣ କରିଥିବା ସମସ୍ତ ସଦସ୍ୟ ରାଜ୍ୟ ସରକାରଙ୍କ #COVID19 ୱେବ୍ ପୋର୍ଟାଲ୍ରେ ଅନଲାଇନ୍ରେ ଫର୍ମ ପଞ୍ଜୀକରଣ କରିଛନ୍ତି। ଏଥିସହ ଆସନ୍ତା ୧୪ ଦିନ ଯାଏ ସେମାନେ ଭୁବନେଶ୍ଵର-ସହିଦନଗର ବାସଭବନରେ ଆଇସୋଲେସନ୍ରେ ରହିବେ ବୋଲି ଗଜପତି ମହାରାଜାଙ୍କ ପକ୍ଷରୁ ପ୍ରେସ୍ ବିବୃତ୍ତିରେ ସ୍ପଷ୍ଟ କରାଯାଇଛି।