ସମ୍ପୂର୍ଣ୍ଣ ‘ହିନ୍ଦୁତ୍ଵ’ ଆଜେଣ୍ଡାରେ ସମ୍ବିତଙ୍କ ପ୍ରଚାର ଆରମ୍ଭ

ଜଗନ୍ନାଥ ଧାମ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଚୌକିଦାର ସମ୍ବିତ ପାତ୍ର ପୁରୀରେ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ତାଙ୍କର ଚେହେରା, ଭାଷା, ପରିବେଷଣ ଣୈଳୀ ଏବଂ ଆଚରଣରେ କେବଳ ‘ହିନ୍ଦୁତ୍ଵ’ ହିଁ ସାମ୍ନାକୁ ଆସିଛି। ଅର୍ଥାତ୍‌ ପୁରୀ ଭୋଟ୍‌କୁ ସେ ସମ୍ପୂର୍ଣ୍ଣଭାବେ ଧ୍ରୁବୀକରଣ କରିବାକୁ ଚାହିଁଛନ୍ତି।

ପୁରୀରେ ପହଞ୍ଚିବାପରେ ସମ୍ବିତ୍‌ଙ୍କୁ ଧଳା କୁର୍ତ୍ତା ପାଇଜାମାରେ ଦେଖିବାକୁ ମିଳିଥିଲା। ମୁଣ୍ଡରେ ହଳଦୀଚନ୍ଦନ ତିଳକ ସହ ସିନ୍ଦୁର ଟିପା ଏବଂ ପଛପଟେ ଅଠରନଳାସ୍ଥିତ ଶିବ ମନ୍ଦିରର ଅଳଙ୍କାରିକ ବୃଷଭ ପୃଷ୍ଠଭୁମିରେ ସେ ଏକ ଫଟୋ ତାଙ୍କ ଟ୍ବିଟରରେ ପ୍ରସାରଣ କରିଥିଲେ। ଏହାପରେ ପରେ ଆରମ୍ଭ ହୋଇଥିଲା ସ୍ଵାଗତ ସମ୍ବର୍ଦ୍ଧନା।

ଏକ ଗାଢ଼ ସବୁଜ ରଙ୍ଗର ଖୋଲା ଜିପ୍‌ରେ ସେଠାରୁ ପୁରୀ ଅଭିମୁଖେ ବାହାରିଥିଲେ ସମ୍ବିତ୍‌ । ବସ୍ତ୍ର ଗେରୁଆ, ମୁଣ୍ଡରେ ତିଳକ ଅଧିକ ଚଉଡ଼ା ହେବା ସହ ତାଙ୍କର ହାତରେ ରହିଥିଲା ପଦ୍ମ ଫୁଲ। ଏହାକୁ ପ୍ରଦର୍ଶନ କରିବା ବେଳେ ଜୟ ଶ୍ରୀରାମ ଓ ଜୟ ଜଗନ୍ନାଥ ସ୍ଲୋଗାନ୍‌ରେ ପ୍ରକମ୍ପିତ ହୋଇଥିଲା ପୁରୀ ସହର। ପରେ ଗାଡ଼ି ଉପରେ ଶ୍ରୀଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତିକୁ ଧରି ଆରମ୍ଭ କରିଥିଲେ ପ୍ରଚାର। ଶଙ୍କରାଚାର୍ଯ୍ୟଙ୍କ ଲିଖିତ ‘କଦାଚିତ୍‌ କାଳିନ୍ଦୀ ତଟ’ ସ୍ଲୋକକୁ ଉଚାରଣ କରି ଜଗନ୍ନାଥ ସ୍ଵାମୀଙ୍କ ନିକଟରେ ସେ ନିଜକୁ ସମର୍ପଣ କରିଥିବା ଭାବାବେଗ ପ୍ରଦର୍ଶନ କରିଥିଲେ।

ପୁରୀଆଡ଼ୁ ପିପିଲି ଅଭିମୁଖେ ଆସିବା ବେଳକୁ ସମ୍ବିତ୍‌ଙ୍କ ସମର୍ଥକ ତଥା ରାଲିରେ ଆତ୍ମ ବିଶ୍ଵାସ ପରିଲକ୍ଷିତ ହୋଇଛି।

ବିଜେପି ପକ୍ଷରୁ ସମ୍ବିତ୍‌ଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇ ନାହିଁ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

ବିଜେପିରେ ବଢ଼ୁଛି ବିଦ୍ରୋହ, କଣ୍ଣେଲ ପଣ୍ଡା ଆଣିଲେ ଅଭିଯୋଗ

Leave a Reply

Your email address will not be published. Required fields are marked *