ପୁଲୱାମା ଆକ୍ରୋଶର ଆକ୍ସନ୍ ନେଲେ ଅଜୟ

ଆକ୍ସନ୍ କିଙ୍ଗ୍ ଅଜୟ ଦେବଗନ୍ ଏବେ ପୁଲୱାମା ଦୁର୍ଘଟଣା ବିରୁଦ୍ଧରେ ଆକ୍ସନ୍ ନେଇଛନ୍ତି । ଅଜୟଙ୍କ ଏହି ପଦକ୍ଷପକୁ ସୋସିଆଲ୍ ୟୁଜର୍ସଙ୍କ ପକ୍ଷରୁ ଜୋର୍ଦାର୍ ସମର୍ଥନ ମିଳିଛି । ଖବର ଅନୁଯାୟୀ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଟୋଟାଲ୍ ଧମାଲ୍’ ପାକିସ୍ତାନରେ ରିଲିଜ୍ କରାଯିବ ନାହିଁ ବୋଲି ଅଜୟ ଫେସ୍‌ବୁକ୍‌ ପେଜରେ ସେୟାର୍ କରିଛନ୍ତି ।

ପୋଷ୍ଟରେ ଲେଖାଯାଇଛି – ‘ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଟୋଟାଲ୍ ଧମାଲ୍ର ସମ୍ପୂର୍ଣ୍ଣ ଟିମ୍ ନିଷ୍ପତ୍ତି ନେଇଛନ୍ତି ଯେ ଏହି ଫିଲ୍ମ ପାକିସ୍ତାନ୍ରେ ରିଲିଜ୍ କରାଯିବ ନାହିଁ’ । ଅଜୟ ଓ ସମ୍ପୂର୍ଣ୍ଣ ଫିଲ୍ମଟିମର ଏହି ନିଷ୍ପତ୍ତିକୁ ସାଧାରଣ ଜନତା ଓ ବୁଦ୍ଧିଜୀବୀ ମହଲରେ ଖୁବ୍ ପ୍ରଶଂସା କରାଯାଇଛି । ଅଜୟଙ୍କ ପୋଷ୍ଟରେ କମେଣ୍ଟ୍ କରି ଅନେକ ପ୍ରଶଂସକ ଏଥିପାଇଁ ଧନ୍ୟବାଦ ଜଣାଇଥିବାବେଳେ ଆଉ କେତେଜଣ ୟୁଜର୍ସ ଲେଖିଛନ୍ତି ଯେ – ପାକିସ୍ତାନ୍ ବିରୁଦ୍ଧରେ ଏଭଳି ନିଷ୍ପତି ପାଇଁ ଆମେ ଗର୍ବିତ।

ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ ଆସନ୍ତା ୨୨ ତାରିଖରେ ମୁକ୍ତିଲାଭ କରିବ । ଏଥିରେ ଅଜୟଙ୍କ ସହ ସ୍କ୍ରୀନ୍ ସେୟାର୍ କରିଛନ୍ତି ଅନିଲ୍ କପୁର୍, ମାଧୁରୀ ଦୀକ୍ଷିତ, ରିତେଶ ଦେଶମୁଖ୍ ଓ ଅର୍ଶଦ୍ ୱାର୍ସି । ‘ଟୋଟାଲ୍ ଧମାଲ୍’ ମାଧ୍ୟମରେ ଅନେକ ଦିନ ପରେ ଅନିଲ୍ ଓ ମାଧୁରୀଙ୍କ ସୁପର୍ହିଟ୍ ଯୋଡ଼ି ପୁଣିଥରେ ପରଦାକୁ ଫେରୁଥିବାରୁ ଏହି ଫିଲ୍ମ ପ୍ରତି ସିନେପ୍ରେମୀଙ୍କ ଉତ୍କଣ୍ଠା ଦିନକୁ ଦିନ ବଢିବାରେ ଲାଗିଛି ।

ପୁଅ ଅଭିନେତା ହେବା ପାଇଁ ବାପା ବିକି ଦେଇଥିଲେ ଘର ଓ ଗାଡ଼ି, ଜାଣନ୍ତୁ…

ରିଭ୍ୟୁ ଅଫ୍ ‘ଗଲିବୟ’

Leave a Reply

Your email address will not be published.