ପୁଲୱାମା ଆକ୍ରୋଶ: ୟୁଟୁବ୍ରୁ ହଟିଲା ପାକିସ୍ତାନୀ ସିଙ୍ଗର୍ଙ୍କ ସମସ୍ତ ସଙ୍ଗୀତ
ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମସ୍ତ ଭାରତୀୟଙ୍କ ମନରେ ଆକ୍ରୋଶ ଭରିଦେଇଛି । ସୋଶାଲ ମିଡିଆରେ ଏହି ଆକ୍ରୋଶର ସ୍ୱର ଦିନକୁ ଦିନ ବଢିବାରେ ଲାଗିଛି । ଏହି ଧାରାରେ ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ)ଙ୍କ ଫିଲ୍ମୱିଙ୍ଗ୍ ଶନିବାର ଦିନ ମ୍ୟୁଜିକ୍ କମ୍ପାନୀଗୁଡ଼ିକୁ ପାକିସ୍ତାନ୍ ସିଙ୍ଗରଙ୍କ ସହିତ କାମ ନ କରିବା ପାଇଁ ଚେତାବନୀ ମିଳିଥିଲା। ଏହା ପରଠାରୁ ଟି-ସିରିଜ୍ ପକ୍ଷରୁ ପାକିସ୍ତାନୀ ସିଙ୍ଗରଙ୍କ ସମସ୍ତ ସଙ୍ଗୀତ ୟୁଟୁବ୍ରୁ ହଟାଇ ଦିଆଯାଇଥିବାର ଖବର ମିଳିଛି ।
ଏମ୍ଏନ୍ଏସ୍ ଚିତରପତ ସେନା ପ୍ରମୁଖ ଅମୀୟ ଖୋପକର ପିଟିଆଇ ସହିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତୀୟ ମ୍ୟୁଜିକ୍ କମ୍ପାନୀ ଯଥା – ଟି-ସିରିଜ୍, ସୋନି ମ୍ୟୁଜିକ୍, ଭେନସ୍ ଓ ଟିପ୍ସକୁ ପାକିସ୍ତାନୀ ସିଙ୍ଗରଙ୍କ ସହିତ କାମ ନ କରିବା ପାଇଁ ମୌଖିକ ଭାବେ କୁହାଯାଇଛି । ଏହାକୁ ନମାନିଲେ ବିହିତ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଟି-ସିରିଜ୍ କମ୍ପାନୀ ରାହତ ଫତେହ ଅଲ୍ଲୀ ଖାନ୍ ଓ ଆତିଫ୍ ଅସଲମଙ୍କ ସହିତ ଦୁଇଟି ମ୍ୟୁଜିକ୍ ଭିଡିଓରେ କାମ କରିଥିଲା । ଖୋପକରଙ୍କ ପକ୍ଷରୁ ମିଳିଥିବା ଚେତାବନୀ ପରେ ଏହି ସଙ୍ଗୀତକୁ ୟୁଟୁବରୁ ହଟାଇ ଦିଆଯାଇଛି । ସୂଚନାଯୋଗ୍ୟ ୨୦୧୬ରେ ଉରି ଆଟାକ୍ ପରେ ରାଜ୍ ଠାକ୍ରେଙ୍କ ପାର୍ଟି ପକ୍ଷରୁ ଭାରତରେ ଥିବା ପାକିସ୍ତାନୀ କଳାକାରଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବା ପାଇଁ ଚେତାବନୀ ଦିଆଯାଇଥିଲା ।