ପୁଲ୍‌ୱାମା ଆତଙ୍କୀ ଆକ୍ରମଣ: ଦୁଇଦିନ ପୂର୍ବରୁ ମିଳିଥିଲା ସୂଚନା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲ୍‌ୱାମାଠାରେ ହୋଇଥିବା ଆତ୍ମଘାତୀ ଆତଙ୍କୀ ଆକ୍ରମଣ ପୂବର୍ର୍ରୁ ସୁରାକ୍‌ ପାଇଥିଲା ରାଜ୍ୟ ପୁଲିସ। ଏନେଇ ଗୁଇନ୍ଦା ବିଭାଗକୁ ମଧ୍ୟ ସତର୍କ କରାଇଥିଲା। ହେଲେ ଏଥିପ୍ରତି ସେମିତି କୌଣସି ଧ୍ୟାନ ଦିଆଯାଇ ନଥିଲା ବୋଲି ଏନ୍‌ଡିଟିଭି ନିଜର ପୋର୍ଟାଲ୍‌ରେ ପ୍ରକାଶ କରିଛି।

ଏଥଇରେ କୁହାଯାଇଛି:
Sources said the Criminal Investigation Department of the state police had shared the video and input about the possible attack with intelligence agencies.

ଏନ୍‌ଡିଟିଭି

ଏହି ରିପୋର୍ଟ ଅନୁସାରେ, ପୁଲୱାମା ଆକ୍ରମଣ ପାଇଁ ନିଜକୁ ଦା୍ରୀ କରିଥିବା ଜୈଶ୍‌ ଇ ମହମ୍ମଦ ଦୁଇଦିନ ପୂର୍ବରୁ ଏକ ଭିଡିଓ ଜାରି କରିଥିଲା। ଏହି ଭିଡିଓରେ ଆଫଗାନିସ୍ତାନରେ ହୋଇଥିବା ଏକ ଆତଙ୍କୀ ଆକ୍ରମଣକୁ ପ୍ରଦର୍ଶନ କରାଯାଇଥିଲା। ଏ ବାବଦରେ ରାଜ୍ୟ କ୍ରିମିନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ବିଭାଗ ଆକ୍ରମଣର ପୂର୍ବ ସୂଚନା ବୋଲି ଗ୍ରହଣ କରିଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।

ଫଳରେ ବେଶ୍‌ ସହଜରେ ଆଦିଲ୍‌ ୩୫୦ କିଲୋ ଆର୍‌ଡିଏକ୍ସ ଭତ୍ତି ଏକ ସ୍କର୍ପିଓରେ ଆସି ସେନା ନେଇ ଯାଉଥିବା ୭୮ଟି ବସ୍‌ ଧାଡ଼ି ଭିତରେ ପ୍ରବେଶ କରିଥିଲା। ଏହାଦ୍ଵାରା ଯେଉଁ ଆଘାତ କାର୍‌ରେ ଲାଗିଥିଲା ସେଥିରେ ୪୪ଜଣଙ୍କ ପ୍ରାଣ ଯାଇଛି।

Leave a Reply

Your email address will not be published. Required fields are marked *