ପୁଲ୍‌ୱାମା ଆତଙ୍କୀ ଆକ୍ରମଣ: ୪୪ ନିହତ, ଏନ୍‌ଆଇଏ ଟିମ୍‌ ଓ ଗୃହମନ୍ତ୍ରୀଙ୍କ କଶ୍ମୀର ଗସ୍ତ

ନୂଆଦିଲ୍ଲୀ: ଗୁରୁବାର ଅପରାହ୍ଣରେ ଶ୍ରୀନଗର-ଜମ୍ମୁ ରାଜପଥର ପୁଲ୍‌ୱାମା ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣ ଦ୍ଵାରା ୪୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ ୨ ଜଣ ରାସ୍ତା ସୁରକ୍ଷା ତଥା ସଫେଇ କର୍ମଚାରୀ ହୋଇଥିବା ବେଳେ ୪୨ଜଣ ସିୖାର୍‌ପିଏଫ୍‌ ଜୱାନ୍‌ ସାମିଲ୍‌ ରହିଛନ୍ତି।

ଘଟଣା ବାବଦରେ ତଦନ୍ତ କରିବା ଲାଗି ଏନ୍‌ଆଇଏର ସ୍ଵତନ୍ତ୍ର ଟିମ୍‌ ଆଜି ଶ୍ରୀନଗର ଗସ୍ତ କରିଛନ୍ତି। ଠିକ୍‌ ସେହିପରି ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କଶ୍ମୀର ଗସ୍ତ କରିଛନ୍ତି। ସେଠାରେ ସିଆର୍‌ପିଲଫ୍‌ ବଳ ସହ ଆଲୋଚନା କରିବା ସହ ସୀମା ସୁରକ୍ଷା ବାବଦରେ ଆଲୋଚନା ହେବ।

ପ୍ରଧାନମନ୍ତ୍ରୀ ଆଜି ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି। କ୍ୟାବିନେଟ୍‌ କମିଟିର ଏହି ବୈଠକରେ ସୁରକ୍ଷା ସମ୍ବନ୍ଧିତ ଆଲୋଚନା ହେବ।

Leave a Reply

Your email address will not be published.