ଦେବାଶୀଷଙ୍କୁ କ୍ଲିନ୍‌ ଚିଟ୍‌, ତାଙ୍କର କିଛି ଭୁଲ୍‌ ନାହିଁ ବୋଲି କହିଲେ ଚୈତନ୍ୟ ବେହେରା

ଭୁବନେଶ୍ଵର, (ଓଟି): ପୁଲ୍‌ୱାମା ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ମନୋଜ ବେହେରାଙ୍କ ଦାଦା ଚୈତନ୍ୟ ବେହେରାଙ୍କୁ ନେଇ ରାଜନୀତିକ ଝଡ଼ ଏବେ ସଙ୍କଟ ସୃଷ୍ଟି କରିଛି। ଡରରେ ହେଉ ବା ଆଶଙ୍କାରେ ଏହି ଝଡ଼ରେ ସ୍ଵୟଂ ଯେମିତି ଆଉ କ୍ଷତି ନହେବେ ସେଥିଲାଗି ଗଣମାଧ୍ୟମକୁ ବୟାନ ଦେଇଛନ୍ତି। ସେ କହିଛନ୍ତି ‘ ଦେବାଶୀଷଙ୍କ କିଛି ଭୁଲ୍‌ ନାହିଁ, କି ମୋର; ସେଦିନ ଯାହା ହେଲ ଠେଲାପେଲା ଥିଲା। ଏଥିରେ ଦେବାଶୀଷଙ୍କ ନାଁକୁ ନେଇ ଚର୍ଚା କରିବା ଅନୁଚିତ। ଏହାକୁ ନେଇ ରାଜନୀତି ନକରାଯାଉ’। ମିଡିଆ ବାଲା ଏହାକୁ ଅଲଗା ଭାବେ ରୂପାନ୍ତରୀତ କରୁଛନ୍ତି ବୋଲି ତାଙ୍କର ବୟାନ।

ଓ୍ବେବ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ଏନଏନ୍‌ଏସ୍‌ ଓଡ଼ିଆର ସାମ୍ବାଦିକ ସୁନୀଲ୍‌ ଜେନାଙ୍କୁ ନିଜର ବୟାନ ଦେଇ କହିଛନ୍ତି, ‘ ଆମେ ଯେତେବେଳେ ଶବଦାହ ପାଇଁ ପ୍ରସ୍ତୁତ ହେଉଥିଲୁ ସେତେବେଳେ ଲୋକେ ଠେଲାପେଲା ହୋଇଗଲେ। ଆଉ ଦେବାଶୀଷ ବାବୁ ମୋତେ କହିଲେ ତୁମେ ବସିଯାଅ ଚୁପ୍‌କିରି। ଠେଲାପେଲାରେ ଯାଆନ୍ତୁ ନାହିଁ। ମୁଁ ସେଠି ବସିଗଲି। ଆଉ ତୋପ ସଲାମି ପରେ ଶବଦାହ ପ୍ରକ୍ରିୟା ଆରମ୍ଭ ହେଲା। ଏଥିରେ ଦେବାଶୀଷ ବାବୁଙ୍କ କିଛି ଦୋଷ ନାହିଁ। ସେ ଆମ ଘରେ ୫ ଘଣ୍ଟା ପୂର୍ବରୁ ପହଞ୍ଚିଥିଲେ। ସେ ନିଜେ ଶବକୁ କାନ୍ଧ ଦେଇଛନ୍ତି। ଠେଲାପେଲା ଭିତରେ ସେ ମୋତେ କହିଲେ ମଉସା ତମେ ସେଠି ବସିଯାଅ, ମୁଁ ବସିଗଲି। ଟିଭିରେ ଏ ବିଷୟରେ ଯାହା ପ୍ରଚାର ହେଉଛି ତାହା ଦେଖି ମୋତେ ଦୁଃଖ ଲାଗୁଛି’।

ଗୋଟିଏ ଛବି ହଜାରେ ଶବ୍ଦ କହେ ବୋଲି ମିଡିଆର ଛାତ୍ରଙ୍କୁ ତାଙ୍କ ଶିକ୍ଷକ ଏବଂ ଏହାର ଭ୍ରାକ୍ଛିସନର୍‌ମାନେ ଅନେକ ଥର କହନ୍ତି। ଏହା ପୋଥି ବାଇଗଣ ନୁହେଁ ବୋଲି ବି ପ୍ରମାଣିତ ହୋଇଛି। ସେଥିଲାଗି ତ ଛବିକୁ ପ୍ରମାଣ ଆକାରରେ ବି ବ୍ୟବହାର କରାଯାଏ। ସେଦିନ ଶହୀଦଙ୍କ ଶବ ଆଗରେ ଚୈତନ୍ୟଙ୍କୁ ବସାଯିବା କଦାପି ସ୍ଵଭାବିକ ଥିବା କେହି କହିବେ ନାହିଁ। ସେଠାରେ ଉପସ୍ଥିତ ଥିବା ପୁଲିସବଳ ସେତେବେଳେ ବିଧାୟକଙ୍କ ଏପରି ବ୍ୟବହାରକୁ ଦେଖି ଚୈତନ୍ୟଙ୍କୁ ଉଦ୍ଧାର କରିବା ଲାଗି ଆଗକୁ ଆସିଥିଲେ। ଆଉ ସେହି ଭିଡିଓ ମିଡିଆରେ ଅନେକ ବଖାଣି ହେଲା। ପରେ ତାହା ବିଦେଶକୁ ବି ଗଲା । କିଛି ସାମ୍ବାଦିକ ବନ୍ଧୁ ତାହାକୁ ପାକିସ୍ତାନ ଗଣମାଧ୍ୟମକୁ ଦେଲେ। ଆଉ ସେଠାରେ ଓଡ଼ିଶାର ଇଜ୍ଜତକୁ ବଳାତ୍କାର କରାଗଲା।

ଏ ସବୁ ଘଟଣା ପରେ ଯାହାଙ୍କୁ ଠେଲାପେଲା ହୋଇଥିବା ଭିଡିଓରେ ଦିଶୁଛି ଏବଂ ଗଣମାଧ୍ୟମରେ ଚର୍ଚା ହେଉଛି ସେ ଏପରି ଏକ ବୟାନ ଦେବା ନିଶ୍ଚିତ ଭାବେ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏଥିରେ କିଛି ଭୟ କାରକ ପ୍ରଭାବ ବିସ୍ତାର କରିଥିବା ନେଇ ମଧ୍ୟ ଆଲୋଚନା ହେଉଛି ।

ପାକ୍‌ ମିଡିଆରେ ଓଡ଼ିଶା: ସ୍ଵାମୀ ପଛେ ମରୁ, ସଉତୁଣି ବିଧବା ହେଉ 

ଉତ୍ତରପ୍ରଦେଶରୁ ୫ ଓଡ଼ିଆ ଆତଙ୍କୀ ଗିରଫ 

Leave a Reply

Your email address will not be published. Required fields are marked *