“ପ୍ରାଉଡ୍ ଫାଦର୍ସ ଫର ଡଟର୍ସ’-୨୦୧୯ରେ ଗେହ୍ଲୀ ସହ ଫଟୋ ଉଠାଇବେ ମା’

ଶିଶୁର ଲାଳନପାଳନରେ ଉଭୟ ପିତା ଓ ମାତାଙ୍କ ଭୂମିକାକୁ ସମ୍ମାନ ପ୍ରଦର୍ଶନ କରି “ପ୍ରାଉଡ୍ ଫାଦର୍ସ ଫର ଡଟର୍ସ’ର ୨୦୧୯ ଅଭିଯାନରେ ପ୍ରଥମ ଥର ପାଇଁ ଝିଅ ସହିତ ମା’ଙ୍କ ଫଟୋ ଉଠାଇବାର ସୁଯୋଗ ପ୍ରଦାନ କରାଯାଇଛି । ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ କ୍ରମାଗତ ଭାବେ ବାପାମାନେ ସେମାନଙ୍କ ଝିଅର ଫଟୋ ଉଙ୍ଖାଇ ତାହାକୁ ଶେୟାର କରୁଥିଲେ । ଏହାଦ୍ୱାରା ଏହାଏ ୨୫୦୦ ଉପେକ୍ଷିତ ବାଳିକାଙ୍କ ଶିକ୍ଷା ପାଇଁ ପାଣ୍ଠି ଯୋଗାଡ଼ କରାଯାଇଛି । ୨୦୧୯ର ଏହି ଅଭିଯାନ ହେଉଛି ଏହି ଅଭିଯାନର ଷଷ୍ଟ ସଂସ୍କରଣ । ଏଥର ୭୫୦ ଛାତ୍ରୀଙ୍କ ଶିକ୍ଷା ନିମନ୍ତେ ପାଣ୍ଠି ଯୋଗାଡ଼ କରିବା ଲାଗି ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହି ଅଭିଯାନରେ ୨୦୧୮ ସଂସ୍କରଣ ତୁଳନାରେ ୬୬% ଅଧିକ ପାଣ୍ଠି ମିଳିଛି ।
ଚଳିତ ବର୍ଷର ନୂଆ ବିଷୟବସ୍ତୁ ଥିବା ମିସନ୍ ୫୦୦୦ ଯାହା ଜରିଆରେ ୫୦୦୦ ଉପେକ୍ଷିତ ବାଳିକାଙ୍କ ଶିକ୍ଷା ଲାଗି ପାଣ୍ଠି ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥର ମାତା ଓ ପିତାମାନେ ସେମାନଙ୍କ ଝିଅ ସହିତ ୩୦୦ରୁ ଅଧିକ ଫଟୋ ଉଠାଇଥିଲେ ।
ପ୍ରୋଜେକ୍ଟ ନହ୍ନି କଲିକୁ ସୋସିଆଲ ମିଡିଆ ଜରିଆରେ ସବୁ ପିତାମାତାଙ୍କ ପାଖରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି । ସେମାନେ ନିଜ ଘରେ କିମ୍ବା ସେଲ୍ଫ ଉଠାଇ ଫଟୋ ପୋଷ୍ଟ କରିପାରିବେ । ଏହା ଜରିଆରେ ବାଳିକା ଶିକ୍ଷାକୁ ନେଇ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ପ୍ରକଳ୍ପର ପରିକଳ୍ପନା ବିଶିଷ୍ଟ ଫଟୋଗ୍ରାଫର ଅତୁଲ କାସବେକର ଓ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମିଳିତ ଭାବେ କରିଥିଲେ । ବାଳିକାମାନଙ୍କୁ ନେଇ ରହିଥିବା ଲୋକମାନଙ୍କ ମାନସିକତାରେ ପରିବର୍ତନ ଆଣିବା ଲାଗି ପ୍ରାଉଡ୍ ଫାଦର୍ସ ଫର ଡଟର୍ସର ପ୍ରଥମ ସଂସ୍କରଣକୁ ୨୦୧୪ରେ ଶୁଭାରମ୍ଭ କରାଯାଇଥିଲା । ଏହା ପର ଠାରୁ ଏହି ବାର୍ଷିକ ଅଭିଯାନରେ ବିଶିଷ୍ଟ ଫଟୋଗ୍ରାଫରମାନେ ବାପାଙ୍କ ସହିତ ଝିଅର ଆକର୍ଷଣୀୟ ଫଟୋ ଉଠାଉଛନ୍ତି । ବିଗତ ୬ ବର୍ଷ ଭିତରେ ଏଭଳି ୧୨୦୦ ଫଟୋ ଉଠାଯାଇଛି ଏବଂ ୨୫୦୦ ଉପେକ୍ଷିତ ବାଳିକାଙ୍କ ଶିକ୍ଷା ପାଇଁ ପାଣ୍ଠି ଯୋଗାଡ଼ କରାଯାଇଛି ।
ଚଳିତ ବର୍ଷ ଏହି ଅଭିଯାନରେ ସାମିଲ ହୋଇଥିବା ଆଠ ଜଣ ଫଟୋଗ୍ରାଫର ହେଉଛନ୍ତି ଅତୁଲ କାସବେକର, କାଲଷ୍ଟନ ଜୁଲିଆନ, ଜୟଦୀପ ଓବରଏ, ପ୍ରସାଦ ନାଏକ, ତରୁଣ ଖିୱାଲ, ବିଶ୍ୱ, ତେଜଲ ପାଟନି ଓ ସୁନିଲ ସିପ୍ପି ।
ଯେଉଁଭଳି ଭାବେ ଏହି ଅଭିଯାନକୁ ସମର୍ଥନ ମିଳିଛି ତାହାକୁ ନଜରରେ ରଖି ଏହାକୁ ପ୍ରତି ମାସର ଏକ ନିର୍ଦ୍ଦିଷ୍ଟ ଦିବସ ପାଇଁ ଉତ୍ସର୍ଗୀକୃତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published.