ନିକଙ୍କ ଜନ୍ମଦିନ ପାଇଁ ପ୍ରିୟଙ୍କା ସେୟାର୍ କଲେ ଭିଡିଓ

ଗତବର୍ଷ ଦେଶୀଗାର୍ଲ ପିସି ଓରଫ୍ ପ୍ରିୟଙ୍କା ଚୋପ୍ରା ନିକ ଜୋନାସଙ୍କ ହାତ ଧରି ବିଦେଶୀ ବୋହୁ ସାଜିଥିଲେ । ପିସି ଓ ନିକଙ୍କ ବିବାହ ପରଠାରୁ ଏହି ରୋମାଣ୍ଟିକ କପୁଲଙ୍କୁ ନେଇ ସୋସିଆଲ୍ ମିଡିଆରେ କିଛି ନା କିଛି ଚର୍ଚ୍ଚା ଲାଗି ରହୁଛି । ଏହି ଧାରାରେ ଏବେ ପିସି ନିକଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଜଣାଇବା ସହ ଜନ୍ମଦିନର ଉପହାର ସ୍ୱରୂପ ଏକ ରୋମାଣ୍ଟିକ୍ ଭିଡିଓକୁ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରିଛନ୍ତି । ଭିଡିଓର ପ୍ରଥମ ଦୃଶ୍ୟରେ ନିକଙ୍କ ସଙ୍ଗୀତ କ୍ୟାରିୟର୍ ସମ୍ପର୍କିତ କିଛି ଝଲକ ରହିଛି, ଯେଉଁଥିରେ ନିକ୍ ତାଙ୍କ ପ୍ରଶଂସକଙ୍କ ସହ ହାତ ମିଳାଇ ଧନ୍ୟବାଦ ଜଣାଉଛନ୍ତି । ଏହାପରେ ପିସିଙ୍କ ସହିତ ନିକଙ୍କ ରୋମାଣ୍ଟିକ୍ ଯାତ୍ରାର କିଛି ନିଆରା ଦୃଶ୍ୟର କ୍ଲିପିଙ୍ଗ୍ ରହିଛି । ଗୋଟିଏ ଦୃଶ୍ୟରେ ନିକଙ୍କୁ ପିସିଙ୍କ ମା’ ମଧୁ ଚୋପ୍ରାଙ୍କ ସହିତ ଦେଖିବାକୁ ମିଳୁଛି ।

ପିସି ଏହି ଭିଡିଓ ସେୟାର୍ କରିବା ସହିତ ଗୋଟିଏ ଇମୋସନାଲ୍ କ୍ୟାପସନ୍ ମଧ୍ୟ କରିଛନ୍ତି । ପିସି ଲେଖିଛନ୍ତି ଯେ – ନିକ୍ ହେଉଛନ୍ତି ତାଙ୍କ ଜୀବନର ଆଲୋକ । ନିକଙ୍କ ସହିତ ବିତାଇଥିବା ପ୍ରତ୍ୟେକ ଦିନ ଗତ ଦିନଠାରୁ ଅଧିକ ସ୍ନେହ ଓ ପ୍ରେମ ଭରା । ନିକ୍ଙ୍କ ଭଳି ଜଣେ ଉଦାର୍ ଓ ସ୍ୱଚ୍ଚ ହୃଦୟର ବ୍ୟକ୍ତି ପିସିଙ୍କ ଜୀବନରେ ଆସିଥିବାରୁ ସେ କୃତଜ୍ଞ । ଜନ୍ମଦିନର ଅଶେଷ ଅଶେଷ ଶୁଭକାମନା । କହିରଖୁଛୁ ନିକ୍ ତାଙ୍କର ୨୭ ତମ ଜନ୍ମଦିନ ପାଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *