ସୋନିଆ ନୁହେଁ ରାୟବରେଲିରୁ ଲଢି ପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ : ତିନି ରାଜ୍ୟର ନିର୍ବାଚନ ପରିଣାମ ଆସିବା ଏବଂ କ୍ଷମତାକୁ ଫେରିବାପରେ କଂଗ୍ରେସ ଦଳର ଆତ୍ମବିଶ୍ୱାସ ବେଶ ବଢିଛି। ତେଣୁ ଆଗାମୀଲୋକସଭା ନିର୍ବାଚନ ପାଇଁ ଦଳ ନିଜ ରଣନୀତି ଉପରେ କାମ ଆରମ୍ଭ କରିସାରିଛି। ସୂଚନା ଅନୁସାରେ ଏଥର ରାୟବରେଲି ସଂସଦୀୟ କ୍ଷେତ୍ରରୁ ସୋନିଆ ଗାନ୍ଧୀ ନିର୍ବାଚନ ଲଢିପାରନ୍ତି ନାହିଁ। ଗତ କିଛିମାସ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସୋନିଆ ରହୁଥିବାବେଳେ ସେ ନିର୍ବାଚନ ମଇଦାନରୁ ଦୂରେଇ ରହିପାରନ୍ତି।

ଆଉ ତାଙ୍କ ସ୍ଥାନରେ ଝିଅ ପ୍ରିୟଙ୍କା ଠିଆ ହୋଇପାରନ୍ତି। ଗତ କିଛିବର୍ଷ ଧରି ଚର୍ଚ୍ଚାଜୋର ହେଉଛି ଯେ, ଖୁବ ̈ଶୀଘ୍ର ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସିପାରନ୍ତି। ଏବେ ସୋନିଆ ନିର୍ବାଚନ ନ ଲଢିବା ଚର୍ଚ୍ଚା ଆରମ୍ଭ ହେବାରୁ ସୋନିଆଙ୍କ ସ୍ଥାନରେ ପ୍ରିୟଙ୍କାଙ୍କୁ ଉପସ୍ଥାପିତ କରିବା ପାଇଁ ଦଳର କିଛି ନେତା ପ୍ରସ୍ତାବ ଦେଇଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଯେ, ଗତ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ସୋନିଆଙ୍କ ଉପସ୍ଥିତି କମ ରହିବାରୁ ଦଳ ଖରାପ ପ୍ରଦର୍ଶନ କରିଥିଲା। ଏବେ ଯଦି ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସନ୍ତି ତେବେ ଖାଲି ଉତ୍ତରପ୍ରଦେଶ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟକଂଗ୍ରେସକୁ ବଡ଼ ଫାଇଦା ମିଳିବ।

Leave a Reply

Your email address will not be published. Required fields are marked *