ବାରଣାସୀରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ଗାନ୍ଧି ପରିବାରର ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବା ପାଇଁ ମନବଳାଇଛନ୍ତି । ଦଳ ଚାହିଁଲେ ସେ ନିର୍ବାଚନ ଲଢ଼ିବେ ବୋଲି ଗତକାଲି କହିଥିବା ପ୍ରିୟଙ୍କା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କ’ଣ ପାଇଁ ମୁଁ ବାରଣାସୀରୁ ନିର୍ବାଚନ ଲଢ଼ିବି ନାହିଁ?

ପ୍ରିୟଙ୍କାଙ୍କ ଏଭଳି ବୟାନ ପରେ ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ଭବତଃ ବାରଣାସୀରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି।

ଆଜି ମା’ ସୋନିଆ ଗାନ୍ଧିଙ୍କ ସଂସଦୀୟ କ୍ଷେତ୍ର ରାଏବରେଲୀରେ ପ୍ରିୟଙ୍କା ଜୋରଦାର ପ୍ରଚାର କରି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଉପରେ ଜୋରଦାର ହମ୍‌ଲା କରିଥିଲେ। ପ୍ରିୟଙ୍କାଙ୍କୁ ପାଖରେ ପାଇ କଂଗ୍ରେସ କର୍ମୀମାନେ ମଧ୍ୟ ତାଙ୍କୁ ରାଏବରେଲୀରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ। ତେବେ କର୍ମୀଙ୍କ ଏଭଳି ପ୍ରଶ୍ନର ଉତ୍ତର ପ୍ରିୟଙ୍କା ବେଶ ତେର୍ଚ୍ଛା ଢଙ୍ଗରେ ଦେଇଥିଲେ। ସେ କହିଥିଲେ, ଏଠାରୁ କାହିଁକି? କ’ଣ ପାଇଁ ମୁଁ ବାରଣାସୀରୁ ନିର୍ବାଚନ ଲଢ଼ିବି ନାହିଁ ?

ପ୍ରିୟଙ୍କାଙ୍କ ଏଭଳି ଉତ୍ତର କଂଗ୍ରେସ କର୍ମୀଙ୍କୁ ଆହୁରି ଉତ୍ସାହିତ କରିଦେଇଛି। ତେବେ ପ୍ରିୟଙ୍କା ଏପରି କଥା ପରିହାସ ଛଳରେ କହିଲେ ନା ସେ ସତରେ ମୋଦିଙ୍କ ସହ ବାରଣାସୀରେ ମୁହାଁମୁହିଁ ହେବେ, ତାହା ସ୍ପଷ୍ଟ ହୋଇନାହିଁ। ଗତ ଜାନୁଆରୀ ୨୫ରେ କଂଗ୍ରେସର ବାରଣାସୀ ୟୁନିଟ୍‌ ପ୍ରିୟଙ୍କାଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ମଧ୍ୟ ଏକ ସଂକଳ୍ପ ପାରିତ କରିଥିଲା।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

Leave a Reply

Your email address will not be published. Required fields are marked *