ପ୍ରିୟଙ୍କ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ!

ଗାନ୍ଧି ପରିବାରର ସଦସ୍ୟ ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ଉତ୍ତରପ୍ରଦେଶର ପ୍ରଭାରୀ ନିଯୁକ୍ତି କରାଯିବା ପରେ ରାଜନୈତିକ ମହଲରେ ତାଙ୍କୁ ନେଇ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରିକି ଆଗାମୀ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥଭାବେ ଉପସ୍ଥାପିତ କରାଯାଇପାରେ ବୋଲି ଆଲୋଚନା ହେଲାଣି। ରାଜନୈତିକ ରଣନୀତିକାର ତଥା ଜେଡ଼ିୟୁ ନେତା ପ୍ରଶାନ୍ତ କିଶୋରଙ୍କ କହିବା ଅନୁସାରେ ମୋଦିଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ଉପସ୍ଥାପିତ କରିବା କଂଗ୍ରେସର ଭୂଲ ହେବ। ଏଥିପାଇଁ ପ୍ରିୟଙ୍କାଙ୍କୁ କିଛି ଅଭିଜ୍ଞତା ହାସଲ କରିବା ପାଇଁ ସମୟ ଦିଆଯିବା ଆବଶ୍ୟକ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବା ପାଇଁ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ପ୍ରଶାନ୍ତ ମତ ଦେଇଥିଲେ।

ଇନ୍ଦିରା ଗାନ୍ଧି ରିଟର୍ଣ୍ଣସ

ଯେଉଁ କଂଗ୍ରେସ ନେତା ଓ କର୍ମୀମାନେ ରାହୁଲ ଗାନ୍ଧିଙ୍କୁ ନେଇ ସଂଶୟ ଭିତରେ ଥିଲେ ସେମାନେ ଏବେ ଆତ୍ମବିଶ୍ୱାସ ଫେରିପାଇଲେ ବୋଲି ମତ ଦେବାରେ ଲାଗିଛନ୍ତି। ପ୍ରିୟଙ୍କାଙ୍କ ରାଜନୀତିକୁ ପ୍ରବେଶ କରିବା ଘଟଣାକୁ ସେମାନେ ଇନ୍ଦିରା ଗାନ୍ଧି ରିଟର୍ଣ୍ଣସ ବୋଲି କହୁଛନ୍ତି। ବିଗତ ୫ବର୍ଷ ହେଲା ଶାସକ ବିଜେପି ରହୁଲ ଗାନ୍ଧିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱ ଦେବା ପରିବର୍ତ୍ତେ ଉପହାସ କରିଆସୁଥିଲା। କିନ୍ତୁ ପ୍ରିୟଙ୍କାଙ୍କ କ୍ଷେତ୍ରରେ ଏହା ସମ୍ଭବ ହେବ ନାହିଁ ବୋଲି ରାଜନୀତିକ ମହଲରେ ମତପ୍ରକାଶ ପାଇଛି।

ମୋଦିଙ୍କୁ ୫ଥର କଡ଼ା ଜବାବ

ପ୍ରିୟଙ୍କା ଗାନ୍ଧି ଏବେ ରାଜନୀତିକୁ ଆସିଥିଲେ ହେଁ ରାଜନୈତିକ ବିଚକ୍ଷଣତା ରହିଛି। କେଉଁ ନେତାଙ୍କୁ କିପରି ଓ କେଉଁ ସମୟରେ କ’ଣ ଉତ୍ତର ଦିଆଯିବ ତାହା ସେ ଜାଣିଛନ୍ତି। ଗତ ନିର୍ବାଚନରେ ମୋଦିଙ୍କୁ ୫ଥର କଡ଼ା ଜବାବ ଦେଇ ତାଙ୍କ କହିବା ବନ୍ଧ କରିଦେଇଥିଲେ।

ସମର୍ଥକଙ୍କ ମଧ୍ୟରେ ଉତ୍ସାହ

ଗତକାଲି ପ୍ରିୟଙ୍କା ରାଜନୀତିକୁ ଓହ୍ଲାଇବା ପରେ ସମର୍ଥକଙ୍କ ମଧ୍ୟରେ ଖୁବ‍୍‌ ଉତ୍ସାହ ସୃଷ୍ଟି ହୋଇଛି। ବିଜେପିର ମୁକ୍କାବିଲ୍ଲା କରିବା ପାଇଁ ଏବେଠାରୁ ଲାଗିପଡ଼ିଲେଣି। ଏଥିପାଇଁ ପ୍ରିୟଙ୍କାଙ୍କ ସମର୍ଥକମାନେ ବିଭିନ୍ନ ସ୍ଲୋଗାନ ଥିବା ପ୍ରଚାରପତ୍ର ପ୍ରସ୍ତୁତ କରିବାରେ ଲାଗିଲେଣି।

Leave a Reply

Your email address will not be published. Required fields are marked *