‘ଦ ସ୍କାଇ ଇଜ୍ ପିଙ୍କ୍’ର ଫାଷ୍ଟଲୁକ୍ ରିଲିଜ୍, ମା’ ଭୂମିକାରେ ପିସି
ଗ୍ଲୋବାଲ୍ ତାରକା ପିସିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ୍’ର ଫାଷ୍ଟଲୁକ୍ ରିଲିଜ୍ କରାଯାଇଛି । ଫିଲ୍ମର ନିର୍ମାତା ସୋନାଲି ବୋସ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମାଧ୍ୟମରେ ଏହାର ପୋଷ୍ଟର୍ ସେୟାର୍ କରିବା ସହ ଏକ ଖୁସି ଖବର ଦେଇଛନ୍ତି । ଖୁସି ଖବରଟି ହେଉଛି ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଫିଲ୍ମର ପ୍ରିମିୟର୍ ‘ଟୋରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲ୍’ରେ ପ୍ରଦର୍ଶିତ ହେବ । ଫାଷ୍ଟଲୁକରେ ଗୋଟିଏ ପରିବାରର ୪ଜଣ ବ୍ୟକ୍ତିଙ୍କ ହସଖୁସି ଓ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସ୍ନେହର ଝଲକ ଦେଖିବାକୁ ମିଳିଛି ।
ସବୁଠାରୁ ଡ଼ ଖବର ହେଉଛି ଏହି ଫିଲ୍ମରେ ପିସି ମା’ ଭୂମିକାରେ ଆସିବେ । ଏଭଳି ଏକ ନିଆରା ଭୂମିକା ପାଇଁ ପିସି ଖୁବ୍ ଖୁସି ଜଣାପଡ଼ୁଛନ୍ତି । ଏହି ଟୋରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଉଥିବାରୁ ତାଙ୍କର ଖୁସିକୁ ଦିଗୁଣ ହୋଇଯାଇଛି ।ଫିଲ୍ମର କାହାଣୀ ଏକ କପୁଲକୁ ନେଇ ଆଗକୁ ବଢ଼ିଛି । ଏଥିରେ ପ୍ରିୟଙ୍କାଙ୍କ ସହିତ ଫରହାନ୍ ଅଖତର୍, ଜାୟରା ବସିମ୍ ଓ ରୋହିତ୍ ଶରାଫ୍ ସ୍କ୍ରୀନ୍ ସେୟାର୍ କରିବେ । ଫିଲ୍ମର କାହାଣୀ ମୋଟିଭେସନାଲ୍ ସ୍ପିକର୍ ଆୟେଶା ଚୌଧୁରୀଙ୍କ ଜୀବନୀରୁ ପ୍ରେରିତ ବୋଲି ସୂଚନା ମିଳିଛି ।