ହାପି ବାର୍ଥ ଡେ’ ପିସି, ପ୍ରଶଂସକଙ୍କ ପକ୍ଷରୁ ସରପ୍ରାଇଜ୍
ଗ୍ଲୋବାଲ୍ ତାରକା ପିସିଙ୍କ ଜନ୍ମଦିନର ପୂର୍ବ ପ୍ରସ୍ତୁତି ଅନେକ ଦିନରୁ ଚାଲିଥିଲା । ନିକଙ୍କ ସହିତ ବିବାହ ପରେ ଏହା ପିସିଙ୍କ ପ୍ରଥମ ଜନ୍ମଦିନ ଥିବାରୁ ପିସିଙ୍କ ମା’ ମଧୁ ଚୋପ୍ରା ଏହାକୁ ଅବିସ୍ମରଣୀୟ କରିବାକୁ ଚାହୁଁଥିଲେ । ପିସିଙ୍କ ଜନ୍ମଦିନର ଏହି ଖୁସି ମଉକାକୁ ପ୍ରଶଂସକ ମଧ୍ୟ ହାତଛଡ଼ା କରିବାକୁ ଚାହୁଁନଥିଲେ । ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ପିସିଙ୍କ ଫ୍ୟାନକ୍ଲବ୍ ପକ୍ଷରୁ ତାଙ୍କୁ ଏକ ବଡ଼ ସରପ୍ରାଇଜ୍ ମିଳିଥିଲା, ଯାହାକି ପିସିଙ୍କୁ ଇମୋସନାଲ୍ କରିଦେଇଛି ।
ଏହି ସରପ୍ରାଇଜ୍ ଥିଲା ସୁଟିଂ ଲୋକେସନର ଏକ ଭିଡିଓ । ଏହି ଭିଡିଓରେ ହଲିଉଡର କୌଣସି ଏକ ସୁଟିଂ ସେଟ୍ ଦେଖିବାକୁ ମିଳିଛି । ସେଠାରେ ପିସି କାହା ସହିତ କଥାବାର୍ତ୍ତା ହେଉଛନ୍ତି । ସେହି ସମୟରେ କେତେଜଣ ପ୍ରଶଂସକ ବାର୍ଥ ଡେ’ ସଙ୍ଗ୍ ସହିତ ଏକ ୩ ଥାକିଆ ବଡ଼ କେକ୍ ନେଇ ପିସିଙ୍କ ପାଖକୁ ଯାଉଛନ୍ତି । ଏହି ଭିଡିଓ ଦେଖିବା ପରେ ପିସି ଇମୋସନାଲ୍ ହୋଇଯାଇଛନ୍ତି । ସମ୍ଭବତଃ ଏହି ଭିଡିଓ ପିସିଙ୍କ ସୁଟିଂ ୟୁନିଟର କିଛି ସଦସ୍ୟ ମିଶି ପ୍ରସ୍ତୁତ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ପ୍ରଶଂସକ ପିସିଙ୍କୁ ଜନ୍ମଦିନର ଅଶେଷ ଶୁଭକାମନା ଜଣାଇଛନ୍ତି ।