ଚର୍ଚ୍ଚାରେ ପିସିଙ୍କ ଆଉଟଫିଟ୍, ଦାମ୍ ୪ ଲକ୍ଷ ଟଙ୍କା
ପ୍ରଶଂସକ ମହଲରେ ଗ୍ଲୋବାଲ୍ ତାରକା ବୋଲାଉଥିବା ପ୍ରିୟଙ୍କା ଚୋପ୍ରା ଏବେ ଏକ ଡ୍ରେସ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପର୍ସନାଲ୍ ହେଉ କିମ୍ବା ପ୍ରୋଫେସନ୍ ଲାଇଫ, କୌଣସି ନା କୌଣସି କାରଣ ପାଇଁ ସବୁବେଳେ ଲାଇମଲାଇଟରେ ରହୁଥିବା ପିସିଙ୍କ ଏକ ଫଟୋ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସେହି ଫଟୋରେ ପିସି ଯେଉଁ ଡ୍ରେସ୍ ପିନ୍ଧିଛନ୍ତି ତାହାର ଦାମ୍ ଭାରତୀୟ ମୁଦ୍ରାରେ ୪ଲକ୍ଷ ଟଙ୍କାରୁ ରୁ ଊଦ୍ଧ୍ୱର୍ ହେବ ବୋଲି କୁହାଯାଉଛି । ପିସି ଗହମ ରଙ୍ଗର ଏକ ଟପ୍ ଓ ଟ୍ରାଉଜର୍ ଏବଂ ଆକାଶନୀଳ ରଙ୍ଗର ଏକ ସିଲକ୍ ଲଙ୍ଗ୍ କୋଟ୍ କ୍ୟାରି କରିଛନ୍ତି । ଏହି ଡ୍ରେସ୍ରେ ପିସିଙ୍କ ଲୁକ୍ ଖୁବ୍ ନିଆରା ଲାଗୁଛି ।
ପିସି ଏହି ଆଉଟ୍ଫିଟ୍ ‘ସେଲଭାଟୋର୍ ଫେରାଗାମୋ’ ବ୍ରାଣ୍ଡର ବୋଲି ଜଣାପଡ଼ିଛି । ପିସି ପିନ୍ଧିଥିବା ଗହମ ରଙ୍ଗର ଟପ୍ର ଦାମ୍ ୫୯ ହଜାର ଟଙ୍କା ହୋଇଥିବାବେଳେ ଲଙ୍ଗ୍ କୋଟ୍ର ଦାମ୍ ହେଉଛି ୨ ଲକ୍ଷ ୪୭ ହଜାର ଟଙ୍କା । ତେବେ ମୋଟ ଭାବେ କହିବାକୁ ଗଲେ ପିସିଙ୍କ ଏହି ଆଉଟ୍ଫିଟ୍ ୪ ଲକ୍ଷରୁ ଊଦ୍ଧ୍ୱର୍ ହେବ । ଏହି ସ୍ପେଶାଲ୍ ଆଉଟପିଟ୍ ପିସିଙ୍କୁ ଖୁବ୍ ମାନୁଛି ଏବଂ ପିସିଙ୍କ ଏହି ନିଆରା ଷ୍ଟାଇଲକୁ ପ୍ରଶଂସକ ଖୁବ୍ ଲାଇକ୍ କରୁଛନ୍ତି ।