ପ୍ରିୟା ପ୍ରକାଶଙ୍କ ରୋମାଣ୍ଟିକ୍ ଅନ୍ଦାଜ୍
ପ୍ରିୟା ପ୍ରକାଶଙ୍କ ଅଭିନୀତ ବିବାଦୀୟ ଫିଲ୍ମ ‘ଶ୍ରୀଦେବୀ ବଙ୍ଗଲୋ’ର ଦ୍ୱିତୀୟ ଟିଜର୍ ରିଲିଜ୍ କରାଯାଇଛି । ପ୍ରାୟ ୧ ମିନିଟ୍ ୩୦ ସେକେଣ୍ଡର ଏହି ଟିଜରରେ ପ୍ରିୟାଙ୍କ ରୋମାଣ୍ଟିକ୍ ଅନ୍ଦାଜ୍ ସିନେପ୍ରେମୀଙ୍କ ସହ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିରଖିଛି। ଏଥିରେ ପ୍ରିୟା ପ୍ରିୟାଶୁଂ ଚାଟାର୍ଜିଙ୍କ ସହିତ ରୋମାନ୍ସ କରୁଥିବାବେଳେ ପ୍ରିୟାଙ୍କ ରୋମାଣ୍ଟିକ୍ ଡାଇଲଗ୍ ସମସ୍ତଙ୍କ ମନ କିଣିନେଇଛି । ଏଥିପାଇଁ ପ୍ର୍ରିୟା ଅନେକ ପ୍ରଶଂସା ସାଉଁଟିଛନ୍ତି । ଏହି ଭିଡିଓର ଲାଇକ୍ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ସୂଚନାଯୋଗ୍ୟ ପ୍ର୍ରିୟାଙ୍କ ଏହି ଫିଲ୍ମ ପ୍ରଥମରୁ ହିଁ ବିବାଦ ଘେରରେ ଥିଲା ।
ଫିଲ୍ମର ପ୍ରଥମ ଟିଜର୍ରେ ଏକ ବାଥ୍ ଟବ୍ ଦୃଶ୍ୟ ଥିଲା, ଯାହାକୁ ଶ୍ରୀଦେବୀଙ୍କ ମୃତ୍ୟୁ ସହିତ ଯୋଡ଼ାଯାଇଥିଲା । ବୋନି କପୁର୍ ମଧ୍ୟ ଏ ସମ୍ପର୍କିତ ଏକ ଲିଗାଲ୍ ନୋଟିସ୍ ଫିଲ୍ମ ମେକର୍ସଙ୍କ ପାଖକୁ ପଠାଇଥିଲେ । ଏ ସମ୍ପର୍କରେ ସ୍ପଷ୍ଟିକରଣ ଦେଇ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ମେମବୁଲି ମିଡିଆକୁ କହିଥିଲେ ଯେ ଫିଲ୍ମରେ ନାୟିକାଙ୍କ ନାମ ଶ୍ରୀଦେବୀ ରଖାଯାଇଥିଲେ ମଧ୍ୟ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହିତ ଏହାର କୌଣସି ସମାନତା ନାହିଁ କିମ୍ବା ତାଙ୍କ ଜୀବନର କୌଣସି ଦିଗକୁ ଫିଲ୍ମର କାହାଣୀ ସହିତ ଯୋଡ଼ାଯିବ ନାହିଁ ।