ଆରମ୍ଭ ହେବ ଘରୋଇ ରେଳ ଚଳାଚଳ, ପାଇଲଟ ପ୍ରକଳ୍ପ ପାଇଁ ପ୍ରସ୍ତୁତି ଶେଷ

ଭୁବନେଶ୍ଵର, (ଓଟି): ଆଉ କେବଳ ସରକାରଙ୍କ ପକ୍ଷରୁ ରେଳ ସେବା ପରିଚାଳିତ ହେବ ତା’ ନୁହେଁ, ଘରୋଇ ଉଦ୍ୟୋଗ ମଧ୍ୟ ରେଳ ଚଳାଚଳ କରିବେ। ଟିକେଟ୍‌ ବୁକିଂଠାରୁ ଆରମ୍ଭ କରି ଟ୍ରେନ୍‌ରେ ଖ୍ୟାଦ୍ୟ ପରସିବା ଖାଦ୍ୟ ସବୁକିଛି ଘରୋଇ ସଂସ୍ଥା ଦ୍ଵାରା ପରିଚାଳିତ ହେବ। କେବଳ ଟ୍ରେନ୍‌ରେ ସୁରକ୍ଷା ଦାୟିତ୍ଵ ସରକାର ବୁଝିବେ। ଆଉ ସରକାରଙ୍କ ପକ୍ଷରୁ ବିଛା ଯାଇଥିବା ରେଳ ଲାଇନ୍‌କୁ ଏହି ଘରୋଇ ସଂସ୍ଥା ବ୍ୟବହାର କରିବେ। 

ଘରୋଇ ଭାବେ ରେଳ ଚଳାଚଳକୁ ନିୟନ୍ତ୍ରଣ କରିବା ତଥା ଯାତ୍ରୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇବା ଲକ୍ଷ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହିକ୍ରମରେ ପ୍ରଥମ ଘରୋଇ ଭାବେ ଚଳାଚଳ ଦାୟିତ୍ଵ ଆଇଆର୍‌ସିଟିସି ଗ୍ରହଣ କରିବ। ଦିଲ୍ଲୀରୁ ଲକ୍ଷ୍ନୌ ଏବଂ ମୁମ୍ବାଇରୁ ଅହମଦାବାଦ୍‌ ଦୁଇଟି ରୁଟ୍‌କୁ ଘରୋଇ ସଂସ୍ଥା ପକ୍ଷରୁ ଟ୍ରେନ ଚଳାଚଳ କରିବ। ଆସନ୍ତା ମାସରେ  ଏହି ପରୀକ୍ଷଣ ଆରମ୍ଭ ହେବ। ଯଦି ତାହା ସଫଳ ହେଲା ତେବେ ଅନ୍ୟ ଘରୋଇ ସଂସ୍ଥାମାନଙ୍କୁ ଏଥିଲାଗୁ ସୁଯୋଗ ଦିଆଯିବ ବୋଲି ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି। 

ସେ କହିଛନ୍ତ ଯେ, ସରକାରଙ୍କ ଲମ୍ବା ସମୟ ଯୋଜନା ରହିଛି। ଏହି ଯୋଜନା ଦ୍ଵାରା ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରୁଟ୍‌ରେ ୩୦୦୦ କିଲୋମିଟର ଲମ୍ବା ସ୍ଵତନ୍ତ୍ର ରେଳଲାଇନ୍‌ ବିଛାଇବା ଯୋଜନା ରହିଛି। ୨୦୨୧ ବେଳକୁ ଏହା ଆରମ୍ଭ ହେବ। ଏହା ଉପରେ ମଧ୍‌ୟମ ବେଗର ପାସେଞ୍ଜର ଟ୍ରେନ୍‌ ଏବଂ ମାଲବାହୀ ଟ୍ରେନ୍‌ ଚଳାଚଳ ପାଇଁ ଉନ୍ମୁକ୍ତ ହେବ। ଏହା ହେଲେ ଘରୋଇ ଉଦ୍ୟୋଗଙ୍କୁ ଟ୍ରେନ୍‌ ଚଳାଚଳ ପାଇ ସୁବିଧା ମିଳିବ। 

Leave a Reply

Your email address will not be published. Required fields are marked *