#Covid19 test: ସର୍ବାଧିକ ୪୫୦୦ ଟଙ୍କା ନେଇପାରିବେ ଘରୋଇ ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କରୋନା ସଂକ୍ରମଣ ବାବଦ କୋଭିଡ୍‌୧୯ ଭୁତାଣୁ ଚିହ୍ନଟ ପରୀକ୍ଷଣ ଏଣିକି ଘରୋଇ ହସ୍‌ପିଟାଲ୍‌ମାନେ କରିପାରିବେ। କିନ୍ତୁ ପରୀକ୍ଷଣ ପାଇଁ ସେମାନେ ସର୍ବାଧିକ ୪୫୦୦ ଟଙ୍କା ଦେୟ ଗ୍ରହଣ କରିବେ। ଯଦିଓ ଏଭଳି ଏକ ଜରୁରୀକାଳୀନ ପରିସ୍ଥିତିରେ ଏହି ପରୀକ୍ଷଣ ମାଗଣା କରାଯିବା ଆବଶ୍ୟକ କିନ୍ତୁ ଘରୋଇ ହସ୍‌ପିଟାଲ୍‌ମାନେ ଚାହିଁଲେ ଏହି ଦ୍ରେ ଗ୍ରହଣ କରିପାରିବେ। ପୁଣି ସେମାନେ ଯଦି ସ୍କ୍ରିନିଂ ଟେଷ୍ଟ କରୁଛନ୍ତି ତେବେ ତାହାର ମୂଲ୍ୟ ସର୍ବାଧିକ ୧୦୦୦ ଟଙ୍କା ରହିବ। ନିଶ୍ଚିତ ଟେଷ୍ଟ କରିବା ଲାଗି ତାହାର ମୂଲ୍ୟ ୩୫୦୦ ଟଙ୍କା ରହିବ। 

ଏହି ଟେଷ୍ଟ କିଏ କରିବେ ଏବଂ କେମିତି କରିବେ ସେ ବାବଦରେ ଆବଶ୍ୟକ ବିବରଣୀ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଏହି ଅନୁସାରେ ଘରୋଇ ଲାବୋଟୋରୀ ରୋଗୀଙ୍କ ଘରକୁ ଯାଇ ସ୍ଵାବ୍‌ ବା ସାମ୍ପଲ୍‌ ସଂଗ୍ରହ କରିବେ। ଏହି ସାମ୍ପଲ୍‌ ସଂଗ୍ରହ ସମୟରେ ମନ୍ତ୍ରଣାଳୟର ଆବଶ୍ୟକ ଓ୍ବେବ୍‌ସାଇଟ୍‌ରେ ତାହାକୁ ପଞ୍ଜିକୃତ କରିବେ। 

ପଜିଟିଭ୍‌ ସାମ୍ପଲ୍‌କୁ ଆଇସିଏମ୍‌ଆର୍‌ ଲ୍ୟାବ୍‌କୁ ଆବଶ୍ୟକ ଜୈବ ପ୍ରତିଶେଧକ ବ୍ୟବସ୍ଥାରେ ପୁନେ ପଠାଇବେ। ନେଗେଟିଭ୍‌ ସାମ୍ପଲ୍‌କୁ ଏକ ସପ୍ତାହ ମଧ୍ୟରେ ନଷ୍ଟ କରିବେ। ଏହି ସାମ୍ପଲ୍‌କୁ ସେମାନେ କୌଣସି ପ୍ରକାରେ କାହାକୁ ହସ୍ତାନ୍ତର କରିପାରିବେ ପାହିଁ ବୋଲି ଏହି ବିବରଣୀରେ ସ୍ପଷ୍ଟ କରାଯାଇଛି। 

 

Leave a Reply

Your email address will not be published.