ଦାମଙ୍କ ଝିଅ ପ୍ରିତିନନ୍ଦା ଓହରିଲେ
ଭୁବନେଶ୍ଵର (ଓଟି): ନାମାଙ୍କନ ଦାଖଲ କରି ତାହାକୁ ପ୍ତ୍ୟାରହାର କରିଛନ୍ତି ଡା. ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ। ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଭୁବନେଶ୍ଵର ଉତ୍ତର ପାଇଁ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ଚିହ୍ନ ମିଳିବାରେ ବିଳମ୍ବ ହେଉଥିବା ଦର୍ଶାଇ ନିର୍ବାଚନ ମଇଦାନରୁ ଓହରିଯାଇଛନ୍ତି।
ପ୍ରୀତିନନ୍ଦା ଭୁବନେଶ୍ଵର ମହାନଗର ନିଗମର କର୍ପୋରେଟର ଭାବେ କାର୍ଯ୍ୟ କରିଛନ୍ତି। ପ୍ରାର୍ଥରପତ୍ର ପ୍ରତ୍ୟାହାର ପ୍ରସଙ୍ଗରେ ସେ କହିଛନ୍ତି, ଉତ୍ତର ନିର୍ବାଚନ ମଣ୍ଡଳୀର ଶୁଭେଚ୍ଛୁ, ଗୁରୁଜନ ଓ ଅନେକ ବ୍ୟକ୍ତିଙ୍କର ଇଚ୍ଛା ଓ ଆଶୀର୍ବାଦକୁ ସମ୍ମାନ ଦେଇ ସେ ଚଳିତ ନିର୍ବାଚନ ପାଇଁ ବିଧାୟିକା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ଏଯାଏଁ ସ୍ୱାଧୀନ ପ୍ରାର୍ଥୀଙ୍କର ଚିହ୍ନ ମିଳିନି, ବହୁତ ବିଳମ୍ବ ହେଲାଣି । ଆଉ ଏଭଳି ସ୍ଥିତିରେ ନୂଆ ଚିହ୍ନରେ ପ୍ରଚାରପତ୍ର ଛପେଇ ମାତ୍ର ୮ରୁ ୯ ଦିନ ଭିତରେ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ନୂଆ ଚିହ୍ନକୁ ସଫଳତାର ସହ ପହଞ୍ଚାଇବା ସମ୍ଭବ ନହୋଇପାରେ । ତେଣୁ ସମସ୍ତଙ୍କ ସହ ଆଲୋଚନା କରି, ଗଣତାନ୍ତ୍ରିକ ପରମ୍ପରାର ନିର୍ଦ୍ଧାରିତ ପ୍ରକ୍ରିୟାକୁ ସମ୍ମାନ ଦେଇ ଚଳିତ ନିର୍ବାଚନରୁ ସେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିବା କହିଛନ୍ତି ।