ନୂଆ #corona ସଂକ୍ରମିତଙ୍କ ବାବଦରେ ପ୍ରାଥମିକ ତଥ୍ୟ ଦେଲେ ସରକାର, ସଂକ୍ରମଣ ବାବଦରେ ସୂଚନା ନାହିଁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଆଜି ସକାଳେ ବାଲେଶ୍ଵରରେ ୫ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ସୂଚନା ଓ ଲୋକସମ୍ପର୍କ ପକ୍ଷରୁ ସେମାନଙ୍କ ବାବଦରେ ପ୍ରାଥମିକ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଚିହ୍ନିତ ପଜିଟିଭ୍ଙ୍କ ମଧ୍ୟରେ ୨ଜଣ ମହିଳା ଓ ତିନିଜଣ ପୁରୁଷ ରହିଛନ୍ତି। ମହିଳା ଦୁଇଜଣଙ୍କ ବୟସ ୩୪ ବର୍ଷ ଲେଖାଏ ହୋଇଥିବା ବେଳେ ଜଣେ ୨୬ ବର୍ଷୀୟ ପୁରୁଷ, ଜଣେ ୧୨ ବର୍ଷୀୟ ବାଳକ ଏବଂ ଆଉ ଜଣେ ୩୮ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ଏମାନଙ୍କ ବାବଦରେ ଅନ୍ୟ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଏପରିକି ଗତକାଲି ଚିହ୍ନିତ ହୋଇଥିବା ରୋଗୀ କିପରି ସଂକ୍ରମଣର ଶିକାର ହେଲେ ସେ ବାବଦରେ ବି କୌଣସି ସୂଚନା ଦିଆଯାଇ ନାହିଁ। ଗତକାଲି ବାଲେଶ୍ଵରରେ ଜଣେ ଅଢ଼େଇବର୍ଷର ଝିଅ କରୋନା ଆକ୍ରାନ୍ତ ଥିବା ଦର୍ଶାଇଥିଲେ ସ୍ଵାସ୍ଥ୍ୟ ବିଭାଗ।
ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ତିନି ନିର୍ଦେଶକ ପାହ୍ୟା ଅଧିକାରୀଙ୍କୁ ଭଦ୍ରକ, ଯାଜପୁର ଓ ବାଲେଶ୍ଵର ପଠାଯାଇଛି। ସେମାନେ ସେଠାରେ ଅବରୋଦ୍ଧ ଅଞ୍ଚଳ ବାବଦରେ ନୀରୀକ୍ଷଣ କରିବେ। ସେମାନଙ୍କୁ କଟକ ଏସ୍ସିବି ଏବଂ ବାଲେଶ୍ଵର ଏଫ୍ଏମ ଏସିଏଚ୍ ସହାୟତା କରିବେ। ଏହିକ୍ରମରେ ସ୍ଵାସ୍ଥ୍ୟସେବା ନିର୍ଦେଶକ ବାଲେଶ୍ଵର ଗସ୍ତରେ, ଜନସ୍ଵାସ୍ଥ୍ୟ ନିର୍ଦେଶକଙ୍କୁ ଭଦ୍ରକ ଏବଂ ପରିବାର କଲ୍ୟାଣ ନିର୍ଦେଶକଙ୍କୁ ଯାଜପୁର ଜିଲ୍ଲା ଗସ୍ତ କରିବାକୁ ମୁଖ୍ୟ ସଚିବ ନିର୍ନେଶ ଦେଇଛନ୍ତି। ଯାଜପୁର ଜିଲ୍ଲାରେ ଏସ୍ସିବି ପକ୍ଷରୁ ଡାକ୍ତରୀ ସୁବିଧା ଯୋଗାଇବାକୁ ନିର୍ଦେଶ ଦିଆଯାିଥିବା ବେଳେ ଭଦ୍ରକ ଏବଂ ବାଲେଶ୍ଵରକୁ ବାଲେଶ୍ଵର ସ୍ଥିତ ଫକୀରମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପକ୍ଷରୁ ସୁବିଧା ଯୋଗାଇବାକୁ କୁହାଯାଇଛି।
ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ