ନିର୍ଭୟା ଦୋଷୀଙ୍କ ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ରାଷ୍ଟ୍ରପତି

ଭୁବନେଶ୍ଵର, (ଓଟି): ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଗଣଦୁଷ୍କର୍ମ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଦୋଷୀ ବିନୟ ଶର୍ମାଙ୍କ ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ଦିଲ୍ଲୀ କୋର୍ଟ ସମ୍ପୃକ୍ତ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିବାର ଦିନକ ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଖବର ହସ୍ତଗତ ହୋଇଛି। 

ବାର୍ତ୍ତା ସରବରାହ ସଂସ୍ଥା ୟୁଏନ୍‌ଆଇ ଦର୍ଶାଇଛନ୍ତି, ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶକୁମାର ସିଂହ, ପବନ ଗୁପ୍ତାଏବଂ ଅକ୍ଷୟ ଠାକୁରଙ୍କ ସହ ବିନୟଙ୍କୁ ଫେବୃୟାରୀ ୧ ତାରିଖରେ ଫାଶୀ ଦିଆଯିବା ଲାଗି ସ୍ଥିର ହୋଇଥିଲା। ଫେବୃୟାରୀ-୧୬ ଗଣଦୁଷ୍କର୍ମ ମାମଲାରେ ଏମାନେ ଦୋଷୀ  ସାବ୍ୟସ୍ତ ହୋଇଥିଲେ। ଜଣେ ୨୩ ବର୍ଷୀୟ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସେମାନଙ୍କ ଶୁଣାଣୀ ହୋଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା। 

ଫାଶୀ ଘୋଷଣାର କିଛଇ ସମୟ ପୂବ;ରୁ କୋର୍ଟଙ୍କଠାରେ ବିନୟର ଓକିଲ ଏପି ସିଂହ ନିବେଦନ କରିଥିଲେ ,ଯ, ଦୋଷୀ ପାଇଁ ଶେଷ କ୍ଷମା ମାଗିବ୍ୟ ବ୍ୟବସ୍ଥା ପ୍ରତ୍ୟାଖ୍ୟାନ ହୋଇ ନାହିଁ । ଏଣୁ ମୃତ୍ୟୁ ଦଣ୍ଡାଦେଶକୁ ଅନିର୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଉ। 

Leave a Reply

Your email address will not be published. Required fields are marked *