ବାହାଘର ଆୟୋଜନ ପାଇଁ ଚିନ୍ତିତ କି? ଜାଣି ରଖନ୍ତୁ ‘ପ୍ରେସିଡେନ୍ସୀ ରିସର୍ଟ’ର ସୁଯୋଗସବୁକୁ
ବାହାଘର ପାଇଁ ଆପଣ ପ୍ରସ୍ତୁତ ହେଲେ ବର ବା କନ୍ୟା ବ୍ୟତୀତ ଯାହା କିଛି ଜରୁରୀ ପଡ଼େ ସେ ଭିତରେ ଅତ୍ୟାବଶ୍ୟକ ହେଉଛି ଗୋଟିଏ ସୁନ୍ଦର ଯାଗା। ପୁଣି ଏ ଯାଗା ଏମିତି ହେବା ଦରକାର ଯେଉଁଠି ଆପଣଙ୍କ ବାହାଘରର ଖାସ୍ ହେବ ଆଉ ସବୁଦିନ ପାଇଁ ମନେ ରହିବ। ବାହାଘରର ଆଲ୍ବମ୍ ୨୦ ବର୍ଷ ପରେ ଖୋଲିଲେ ବି ସେଦିନର କଥାସବୁ ମନ ଭିତରେ ପୁଣି ଉଜ୍ଜୀବୀତ ହେବ। ଆଉ ଆପଣଙ୍କ ଓଠରେ ଟିକେ ହସ ତ ନିଶ୍ଚିତ ଆସିବ।

ଏମିତି ଏକ ମୁହୂର୍ତ୍ତରେ ଏକ ‘ଡେଷ୍ଟିନେସନ୍ ମ୍ୟାରେଜ୍’ର ସୁଯୋଗ ସୃଷ୍ଟି କରିଛି ଭୁବନେଶ୍ଵରରେ ଥିବା ‘ପ୍ରେସିଡେନ୍ସୀ ଗ୍ରୁପ୍’। ଏହି ଗ୍ରୁପ୍ ତ୍ରିଶୁଳିଆଠାରେ ନୂଆକରି ଆରମ୍ଭ କରିଛି ‘ପ୍ରେସିଡେନ୍ସୀ ରିସର୍ଟ’। ପଚାରି ପାରନ୍ତି ଏଠି କ’ଣ ରହିଛି? ମୁଁ କାହିଁକି ସେ ସ୍ଥାନ ବାଛିବି? ଆଉ କେମିତି ଏହା ବୁକ୍ କରିବି? ଆଗୁଆ ହୋଇଥିବା ଆୟୋଜନର କିଛି ଫଟୋ ରହିଛି କି?

ପ୍ରଥମେ ଏଠି କ’ଣ ରହିଛି?
ସିନେମା ଡାଇଲଗ୍ ଭଳି ରିସର୍ଟର ପରିଚାଳନା ନିର୍ଦେଶକ ପୀୟୁଷ ମହାନ୍ତି ଏ ପ୍ରଶ୍ନର ତତ୍କ୍ଷଣାତ୍ ଜବାବ ଦେଇ କେହିଛନ୍ତି, କ’ଣ ନାହିଁ ଆଗ ପଚାରନ୍ତୁ? ବାହାଘରର ପାଇଁ ଏ ଟୁ ଜେଡ୍ ସବୁକିଛି ଆମେ ଯୋଗାଇବାକୁ ପ୍ରସ୍ତୁତ ଅଛୁ। ଡେକୋରେସନ୍, ଲାଇଟିଂ, ଡକ୍ୟୁମେଣ୍ଟେସନ୍, ଲାଇଭ୍ ଷ୍ଟ୍ରିମିଂ ସବୁକିଛି। ଆପଣ ପ୍ରିଓ୍ବେଡିଂ ଫଟୋ ଶୁଟ୍ କରିବାକୁ ଚାହୁଁଛନ୍ତି ଆମେ ସେଥିରେ ଭାଲ୍ୟୁ ଆଡ୍ କରିବାକୁ ଚାହିଁଛୁ। ବିଶାଳ ଲନ୍, ତା ସଙ୍ଗେ ଆବଶ୍ୟକ ସରଞ୍ଜାମ। ଆପଣ କହିପାରିବେ ଏହା ଗୋଟିଏ ଓପନ୍ ଏୟାର୍ ଷ୍ଟୁଡିଓ। ମୋର ଗୋଟିଏ ଅନୁରୋଧ ଯେଉଁମାନଙ୍କ ମନରେ ଏ ପ୍ରଶ୍ନ ଆସୁଛି ସେମାନେ ଥରେ ବୁଲି ଆସନ୍ତୁ।

ଉପହାର
ଖାଲି ସେତିକି ନୁହେଁ ଆପଣଙ୍କ ପାଇଁ ଆମେ ଉପହାରର ଗନ୍ତାଘର ଖୋଲି ଦେଇଛୁ। ଆପଣ ଯେତିକି ବଜଟ୍ ଖର୍ଚ କରିବାକୁ ଚାହିଁବେ ସେହି ଅନୁସାରେ ଆମ ଉପହାରର ପେଡ଼ି ଖୋଲି ଚାଲିବ। ଏମିତି କି ଆପଣଙ୍କ ପାଇଁ ଭେନ୍ୟୁ ବି ସମ୍ପୂଣ୍ଣ ମାଗଣା ହୋଇପାରେ। ହଁ, ସବୁ ଆଗନ୍ତୁକ ତଥା ବୁକିଂ ପାଇଁ ଆମେ ବ୍ରାଇଡାଲ୍ ମେକ୍ ଅପ୍ ମାଗଣା କରିଛୁ।ଆପଣଙ୍କୁ ଏହି ପ୍ରକାର ମେକ୍ ଅପ୍ ପାଇଁ ବଜାରରେ ୨୫ରୁ ୩୦ ହଜାର ବା ତା’ଠୁ ଅଧିକ ଖର୍ଚ କରିବାକୁ ପଡ଼ି ଥାଆନ୍ତା। ଆପଣଙ୍କ ପାଇଁ ଲନ୍, ପ୍ରି ଓ୍ବେଡିଂ ଫଟୋଶୁଟ୍ ଆସେସରିଜ୍ ମାଗଣା ବି ମିଳିପାରେ। ଆପଣ ତ’ ଥରେ ଦେଖି ଆସନ୍ତୁ ବୋଲି କହିଛନ୍ତି ଶ୍ରୀ ମହାନ୍ତି ।

କେତେ ଲୋକଙ୍କୁ ଏକା ସଙ୍ଗେ ଆୟତ୍ତ କରାଯାଇପାରିବ?
ଭୁବନେଶ୍ଵରରେ ଏମିତି କୌଣସି ମଣ୍ଡପ ବା ଓ୍ବେଡିଂ ଭେନ୍ୟୁ ନାହିଁ ଯାହା ପ୍ରେସିଡେନ୍ସୀ ରିସର୍ଟର ସମକକ୍ଷ ହୋଇପାରିବ। ଏହାର ଲୋକ ଧାରଣ କ୍ଷମତା ୨୦୦ରୁ ଆରମ୍ଭ କରି ୪୦୦୦ ଯାଏ ହୋଇପାରିବ। ସମୁଦାୟ ୪ ଏକର ଜମି ଉପରେ ସୁ ବିସ୍ତୃତ ଲନ୍ ଆପଣଙ୍କ ନୂଆ ଜୀବନକୁ ସ୍ଵଗତ କରିବା ପାଇଁ ପ୍ରସ୍ତୁତ ରହିଛି। ଯେଉଁମାନେ କମ୍ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ଚାହୁଁଛନ୍ତି ତାଙ୍କୁ ଆମେ ଯେତିକି ସମ୍ମାନ ଓ ମର୍ଯ୍ୟାଦା ଦେବାକୁ ଚିନ୍ତା କରିଛୁ ବଡ଼ ଆୟୋଜନ ପାଇଁ ମଧ୍ୟ ସମାନ ସମ୍ମାନ ଓ ମର୍ଯ୍ୟାଦା ରହିଛି। ଆପଣଙ୍କ ପାଇଁ ସୁରକ୍ଷା କର୍ମୀ, ଆବଶ୍ୟକ ଇଭେଣ୍ଟ ମ୍ୟାନେଜର୍, ଡିଜେ ଲାଇଟ୍, ସବୁ କିଛି। ଯଦି ଆପଣ ଚାହିଁବେ ବଲିଉଡ୍ ବା ଓଲିଉଡ୍ର ଷ୍ଟାର୍ଙ୍କୁ ନିମନ୍ତ୍ରଣ କରି ସ୍ଵତନ୍ତ୍ର ଶୋ କରିବେ ସେଥିପାଇଁ ମଧ୍ୟ ଆମେ ପ୍ରସ୍ତୁତ।

ସାଜସଜ୍ଜା
ସାଜ ସଜ୍ଜା ହେଉଛି ଆମ ବିଶେଷତ୍ଵ। ଆମ ପାଖରେ ସବୁ ପ୍ରକାର ସାଜସଜ୍ଜା ଉପକରଣ ରହିଛି। ଖାଲି ସେତିକି ନୁହେଁ ଆମେ ଭୁବନେଶ୍ଵର ଏବଂ ଭୁବନେଶ୍ଵର ବାହାରର ସାଜସଜ୍ଜା ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ରହିଛୁ। ସେମାନଙ୍କ ପରାମର୍ଶ ଆପଣ ନେଇପାରିବେ। ଆପଣ ବଡ଼ ଆୟୋଜନ କରିବାକୁ ହେଲେ ପୂରା ଲନ୍ ବୁକ୍ କରିପାରିବେ ନହେଲେ ଛୋଟ ଆୟୋଜନ ହେଲେ ଏହାର କିଛି ଅଂଶ। ହଁ, ଏହା ଯେ, ଯେତେେ ବି ଆୟୋଜନ ହେବ ସେସବୁ ଯେମିତି ଜଞ୍ଜାଳମୁକ୍ତ ହେବ ସେଥିଲାଗି ଆମେ ପ୍ରୟାସ କରିଛୁ। ସମସ୍ତଙ୍କ ପାଇଁ ସ୍ଵତନ୍ତ୍ର ସୁରକ୍ଷାକର୍ମ, ସସ୍ଵତନ୍ତ୍ର ରାସ୍ତା ସବୁକିଛି ଉପଲବ୍ଧ।

କ୍ୟାଟରିଂ
କ୍ୟାଟରିଂ ହେଉଛି ପ୍ରେସିଡେନ୍ସୀର ଆକର୍ଷଣ। ସେଥିପାଇଁ ଆମ ରେଷ୍ଟୁରାଣ୍ଟରେ ଅନେକ ସମୟରେ ଆଗନ୍ତୁକଙ୍କ ବାହାବା ଶୁଣିବାକୁ ମିଳେ। ଆମେ ସେଇ ସ୍ଵାଦ ବି ଆପଣଙ୍କ ପାଖରେ ଉପଲବ୍ଧ କରାଇବୁ। କେତେ ଦର ହେବ ତାହା ଆପଣଙ୍କ ମେନ୍ୟୁ ଉପରେ ନିର୍ଭର କରେ। କିନ୍ତୁ ସର୍ବନିମ୍ନ ୪୦୦ ଟଙ୍କାରୁ ଆରମ୍ଭ କରି ଏହା ୩୦୦୦ ଟଙ୍କା ପ୍ରତି ପ୍ଲେଟ୍ ଯାଏ ହୋଇପାରେ। ଏଣୁ ଆପଣଙ୍କ ପସନ୍ଦ ଉପରେ ତାହା ନିର୍ଭର କରିବ।

ପ୍ୟାକେଜ୍ କ’ଣ?
ପ୍ୟାକେଜ୍ ବାବଦରେ ଆପଣଙ୍କୁ ଇଭେଣ୍ଟ ମ୍ୟାନେଜର ସହ ଆଲୋଚନା କରିବାକୁ ପଡ଼ିବ। ଆପଣ କେଉଁ ପ୍ରକାର ସୁବିଧାକୁ ଗ୍ରହଣ କରିବାକୁ ଚାହୁଁଛନ୍ତି, କେମିତି ଆପଣ ସବୁ ଆୟୋଜନ ଚାହାନ୍ତି ଏସବୁ ସେତେବେଳେ ଆଲୋଚନା କଲେ ଜଣାପଡ଼ିବ। ସବୁ ଜିନିଷକୁ ଆପଣ ନଦେଖିଲେ ବଜଟ୍ କିପରି କରିବେ?
